ଭୟଙ୍କର ବାତ୍ୟା ଫୋନି ଉଜାଡିଦେଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ : ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ମିଳିନଥିଲା ପତ୍ତା , ସେହି ସମୟର ବଡ ପ୍ରଶ୍ନ ଥିଲା କୁଆଡେ ଗଲେ ହରିଣ ?

98

ପ୍ରଳୟଙ୍କାରୀ ବାତ୍ୟା ଫୋନିର କରାଳ ରୁପ ଉଜାଡି ଦେଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ । କେଇ ମୁହୂର୍ତ୍ତ ମଧ୍ୟରେ ପୁରା ଖିନବିନ ହୋଇଯାଇଥିଲା ଏହି ବନାଂଚଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ମିଳିନଥିଲା । ସେତେବେଳେ ବଡ଼ ପ୍ରଶ୍ନ ଉଠିଥିଲା “କୁଆଡେ ଗଲେ ଏହି ହରିଣ” । ପବନ ଉଡେଇନେଲା ନା ମାଟିରେ ମିଶିଗଲେ ହରିଣ । ଏହି ପ୍ରଶ୍ନର କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ ଫରେଷ୍ଟର । ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ ? ଗୋଟିଏ କି ଦୁଇଟି ନୁହେଁ । ୪ ହଜାର ଚିତ୍ରା ହରିଣଙ୍କୁ ଖୋଜିଥିଲା ବନବିଭାଗ । ଫୋନିର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଯୁଆଡେ ଦେଖିଲେ ଖାଲି ଉଜୁଡା ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଙ୍ଗଲ ବିଭାଗ ଆଗରେ ଏନେଇ ଅନେକ ପ୍ରଶ୍ନ ଠିଆ ହୋଇଥିଲା । କିଏ କହିଲା ଗଛ ତଳେ ଚାପି ହୋଇ ହରିଣ ମରିଗଲେ ତ ଆଉ କିଏ କହିଲା ବାତ୍ୟାରେ ଧୋଇ ହୋଇ ମରିଗଲେ ।

ବାଲୁଖଣ୍ଡ ଅଭୟାରଣ୍ୟରେ ନିଜେ ଫରେଷ୍ଟର ମଧ୍ୟ ହରିଣମାନଙ୍କୁ ଖୋଜିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବନବିଭାଗ ଅଧିକାରୀ ଦାବି କରିଥିଲେ , ବାଲୁଖଣ୍ଡ ଅଭୟାରଣ୍ୟରେ ରହୁଥିବା ୪ହଜାର ଚିତ୍ର ହରିଣ ଅଛନ୍ତି । ସେମାନଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଛି । ହୁଏତ ପବନମାଡ ପରେ ସେମାନେ ଦୂରଦୁରାନ୍ତରେ ଥାଇପାରନ୍ତି । କିନ୍ତୁ ସେମାନେ ଖାଇବା ପାଇଁ ଆସୁଛନ୍ତି ଏବଂ ସେମାନଙ୍କ ଉପସ୍ଥିତି ଥିବା ନେଇ ଢେର ପ୍ରମାଣ ମିଳିଛି । ଅନ୍ୟପକ୍ଷରେ ଫୋନି ମାଡ ହେବା ପରେ ମଧ୍ୟ କ୍ୟାମ୍ପରେ ୪ଟି ହରିଣ ଠିକଠାକ ଥିଲେ। ମେ ୩ ତାରିଖରେ ଓଡିଶାରେ ମାଡ ହୋଇଥିଲା ଫୋନି । ଆଉ ୪ ତାରିଖ ଦିନ ପିସିସିଏଫ ଏହି ଚିତ୍ରା ହରିଣମାନଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଠନ ହୋଇଥିଲା ୧୦ଟି ଟିମ । ଆଉ ଆରମ୍ଭ ହୋଇଥିଲା ହରିଣ ଖୋଜା ଅଭିଯାନ ।