କନକ ବ୍ୟୁରୋ : ପିକନିକ କରି ଫେରୁଥିବା ବେଳେ ମାଡି ଆସିଲା ବିପଦ । ଭାରସାମ୍ୟ ହରାଇ ଘାଟିରୁ ଖସିଲା ବସ୍ । ଡ୍ରାଇଭର ଶେଷ ସମୟରେ ବ୍ରେକ୍ ଲଗାଇବାରୁ ଘାଟିରେ ଝୁଲି ରହିଲା ବସ୍ । ଫଳରେ ଏକ ବଡ ଦୁର୍ଘଟଣା ପରେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତି ଯାଇଛନ୍ତି ୫୦ ଯାତ୍ରୀ । ଏପରି ଏକ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି ବାଲିଗୁଡାର ଗାଜଲବାଡି ନିକଟରେ ।
ଭୁବନେଶ୍ୱର ଅଂଚଳରୁ ପ୍ରାୟ ୫୦ ଜଣ ଯାତ୍ରୀ ଦାରିଙ୍ଗିବାଡି ଅଂଚଳକୁ ପିକନିକ୍ ପାଇଁ ଯାଇଥିଲେ । ଫେରିବା ସମୟରେ ଏପରି ଦୁର୍ଘଟଣାର ଶିକାର ହୋଇଛି ଘରୋଇ ବସ୍ ଟି । ଦାରିଙ୍ଗିବାଡି ଓ ସୋରଡା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ବସ୍ ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/GHATI-1.jpg)