କରୋନାରେ ମୃତ୍ୟୁ ପରେ ପାଖ ମାଡିଲେନି ସଂପର୍କୀୟ : ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କଲେ ପୋଲିସ ବାବୁ

139

କନକ ବ୍ୟୁରୋ : ପୋଲିସ ବାବୁଙ୍କ ମାନବିକତା । ପିପିଇ କିଟ ପିନ୍ଧି ମୃତକଙ୍କ ଅନ୍ତିମ ସଂସ୍କାର କଲେ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ । ଦିବାକର ବାରିକ ନାମକ ଜଣେ ୨୬ ବର୍ଷିୟ ଯୁବକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଜର ହେବା ସହ କାଶ ମଧ୍ୟ ତାଙ୍କର ହେଉଥିଲା । ଦେହ ଭଲ ନହେବାରୁ ଗତକାଲି ସେ ବାଲୁଗାଁ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିଲେ ।

ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମେଡ଼ିକାଲରେ ଶବ ପଡ଼ିରହିଥିବା ବେଳେ ତାଙ୍କୁ କରୋନା ହୋଇଥିବା ଭାବି ପରିବାର ଲୋକ କି, ଗାଁ ଲୋକ ତାଙ୍କ ପାଖ ମାଡ଼ିନଥିଲେ । ଦିବାକରଙ୍କ ମା’ କୌଣସି ଉପାୟ ନପାଇ ପୋଲିସକୁ ନେହୁରା ହେବା ପରେ ସହଯୋଗର ହାତ ବଢାଇଥିଲେ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ । ପିପିଇ କିଟ ପିନ୍ଧି କିଛି ସମାଜସେବୀଙ୍କ ସହାୟତାରେ ମୃତଦେହକୁ ଆମ୍ବୁଲାନ୍ସରେ ନେଇ ଅନ୍ତିମ ସଂସ୍କାର କରିଥିଲେ ।