କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାକୁ ଗଲା ବାଲଟ ପେପର । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତ ସଭ୍ୟଙ୍କ ପାଇଁ ବାଲଟ ପେପର ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାକୁ ବାଲଟ ପେପର ଯାଇଛି । ଅକ୍ଷର ଅନୁସାରେ ଏହି ସବୁ ବାଲାଟ ପେପରକୁ ଜିଲ୍ଲା ପଠାଯାଇଛି । ଆସନ୍ତାକାଲି ଓ ୨୧ ତାରିଖରେ ବାକି ୨୦ଟି ଜିଲ୍ଲାକୁ ବାଲଟ ପେପର ପଠାଯିବ ।
ସେପଟେ, ପ୍ରଥମ ଦିନରେ ମୋଟ୍ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲର ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଜଣେ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୨୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ସେପଟେ ରାଜନୈତିକ ସ୍ତରରେ ଚାଲିଥିବା ଛକାପଂଝା ଓ ଅନେକ ଆଶାୟୀ ରାଜନୈତିକ ଦଳଙ୍କ ଚିନ୍ତା ବଢାଇ ଦେଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/3-20.jpg)