କନକ ବ୍ୟୁରୋ : ଭୋଟ ବାକ୍ସ ସିଲ ଟାମ୍ପରିଙ୍ଗ ଅଭିଯୋଗ ଆଣି ପ୍ରିଜାଇଡିଂ ଅଫିସରକୁ ମାଡ ମାରିଲେ ଉତ୍ତ୍ୟେକ୍ତ ଗ୍ରାମାବାସୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୁମାରପୁର ପଂଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ କୁମାରପୁର ପଂଚାୟତର ୧୦ ନଂବର ବୁଥରେ ମତଦାନ ପରେ ଭୋଟ ବାକ୍ସକୁ ସିଲ କରାଯାଇ ଷ୍ଟ୍ରଙ୍ଗରୁମକୁ ଅଣା ଯାଉଥିଲା ।
ତେବେ ହାଇସ୍କୁଲ ନିକଟରେ ଭୋଟ ବାକ୍ସର ସିଲ୍ ଖୋଲା ଥିବା ଦେଖି ଉତ୍ତେଜିତ ହୋଇଥିଲେ ସ୍ଥାନୀୟ ଲୋକେ । ଏହା ପରେ ପ୍ରିଜାଇଡିଂ ଅଫିସରକୁ ମାଡ ମାରିବା ସହ ଉତ୍ତ୍ୟେକ୍ତ ଲୋକେ ଅଟକ ରଖିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟେକ୍ତ ଲୋକଙ୍କ କବଳରୁ ପ୍ରିଜାଇଡିଂ ଅଫିସରକୁ ଉଦ୍ଧାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Screen-Shot-2022-02-23-at-8.01.02-AM.png)