ରକ୍ଷା କ୍ଷେତ୍ରରେ ଆଉପାଦେ ଆଗେଇଲା ଦେଶ, ବାଲେଷ୍ଟିକ ମିସାଇଲର ପରୀକ୍ଷଣ ହେଲା ସଫଳ

96

କନକ ବ୍ୟୁରୋ : ଭାରତୀୟ ସେନାର ଷ୍ଟାଟେଜିକ ଫୋର୍ସେସ କମାଣ୍ଡ ତରଫରୁ ଡିଆଡିଏ ସହିତ ମିଳିତ ଭାବେ ନୂଆ ପୀଢିର ବାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ଓଙ୍ଗିଶାର ଡ,ଏପିଜି ଅବ୍ଦୁଲ କଲାମ ଦ୍ୱୀପରୁ ହୋଇଛି । ଏହି ମିସାଇଲ ପରମାଣୁ ଅସ୍ତ୍ର ପରିବହନ କରିବାର କ୍ଷମତା ରଖିଛି । ଇଣ୍ଟିଗ୍ରେଟେଡ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ କ୍ରମରେ ଏହି ଅଗ୍ନି ପ୍ରାଇମ ମିସାଇଲକୁ ଭାରତରେ ବିକଶିତ କରାଯାଇଛି । ଏହା ପୂର୍ବରୁ ଗତବର୍ଷ ଜୁନ ୭ ତାରିଖରେ ଡିଆରଡିଓ ତରଫରୁ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ।

ଏହି ମିସାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି । ରକ୍ଷାମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଏହା ମଧ୍ୟମ ଓ ଦୂର ମିସାଇଲ ଅଟେ । ଏହି ମିସାଇଲ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହି ମିସାଇଲ ମାଧ୍ୟମରେ ୧୫ଶହ କିଲୋର ୩ ହଜାର କିଲୋ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ । ଏହି ମିସାଇଲର ଓଜନ ୧୧ ହଜାର କିଲୋଗ୍ରାମ । ଅଗ୍ନି ମିସାଇଲ ସିରିଜର ଏହା ସବୁଠାରୁ ନୂଆ ଓ ଷଷ୍ଟ ମିସାଇଲ ।