କିନ୍ନର କଲେ ଶିବତାଣ୍ଡବ : ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ କିନ୍ନର ଅନୁଷ୍କା , ଦୋଷୀଙ୍କୁ ତୁରନ୍ତ ଦଣ୍ଡ ମିଳିବାକୁ ନେଇ କଲେ ପ୍ରାର୍ଥନା ।

1,692

ତାରିଖ ପରେ ତାରିଖ ବଦଳୁଛି , ନ୍ୟାୟ ପାଇଁ ବର୍ଷ ବର୍ଷ ଗଡିଚାଲିଛି । ୧୬ ଡିସେମ୍ବର ୨୦୧୨ ରୁ ୩ ଫେବୃୟାରି ୨୦୨୦ । ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ସୈତାନଙ୍କୁ ଫାଶୀ ମିଳିବାକୁ ୭ ବର୍ଷ ବିତିସାରିଲାଣି । ହେଲେ ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର । ଦୋଷୀମାନେ ଆଇନ ଗଳାବାଟ ଦେଇ ଖସିବାକୁ ଉଦ୍ୟମ ଚଳାଇଛନ୍ତି ।

ଏହାରି ମଧ୍ୟରେ ସୈତାନମାନଙ୍କ ଫାଶୀରେ ହେଉଥିବା ବିଳମ୍ବକୁ ନେଇ ଉତ୍ତର ପ୍ରଦେଶର କିନ୍ନର ଅନୁଷ୍କା କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଟିମ୍ ସହିତ ମାଲଗୋଦାମ ରୋଡ ସ୍ଥିତ ଶିବ ମନ୍ଦିରରେ ତାଙ୍କୁ ‘ଶିବ ତାଣ୍ଡବ’ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଅନୁଷ୍କାଙ୍କ କହିବା ମୁତାବକ, ଫାଶୀରେ ହେଉଥିବା ଲଗାତାର ବିଳମ୍ବ ଦୋଷୀଙ୍କ ମନୋବଳକୁ ଦୃଢ କରୁଛି । ଯାହା ଆଦୌ ଠିକ୍ ନୁହେଁ । ସୂଚନାନୁସାରେ, ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ ନରରାକ୍ଷସଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କରିଥିଲେ କୋର୍ଟ ।

ଆଉ ଶୁଣାଣି ହୋଇଥିଲା ୨୨ ଜାନୁଆରୀରେ ଫାଶୀ ଖୁଣ୍ଟରେ ଝୁଲିବେ ଦୁଷ୍କର୍ମକାରୀ । କିନ୍ତୁ ଦୋଷୀଙ୍କ ପିଟିସନ ଆଧାରରେ ଏହି ତାରିଖକୁ ୧ ଫେବୃଆରୀ ଘୁଞ୍ଚାଇ ଦିଆଯାଇଥିଲା । ଆଉ ପୁଣି ଥରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ପଟିଆଲ୍ଲା ହାଉସକୋର୍ଟ । ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ଆଇନର ଗଳାବାଟକୁ ଆପଣାଉଛନ୍ତି ବୋଲି ନିର୍ଭୟାଙ୍କ ଓକିଲ ଅଭିଯୋଗ କରିଛନ୍ତି ।