କନକ ବ୍ୟୁରୋ: ଯାଜପୁର ଧର୍ମଶାଳାର ବଲେ ବଲେ ଢାବାକୁ ନେଇ ଥମୁନି ଚର୍ଚ୍ଚା ଥମୁନଥିବାବେଳେ ଢାବାରେ ଆଜି ତାଲା ପଡିଛି । ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ଉଠିବା ପରେ ଏନେଇ ଖୋଳତାଡ ଆରମ୍ଭ ହୋଇଥିଲା । ଫଳରେ ଏହାକୁ ସିଲ କରିବାକୁ ବିଡିଓ ନୋଟିସ୍ କରିଥିଲେ । ଢାବାରେ ତାଲା ପଡିବା ପୂର୍ବରୁ ହିଁ ବିଠିଓଙ୍କ ନୋଟିସ ପାଇବା ମାତ୍ରେ ଢାବା ଖାଲି କରିବା ଆରମ୍ଭ ହୋଇଯାଇଥିଲା । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ତାଲା ପକାଇଛନ୍ତି ।
ଗତକାଲି ରାତିରେ ଏହି ଢାବାରୁ ସମସ୍ତ ଆସବାବପତ୍ର ଖାଲି କରାଯାଇଛି। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ପାଇଁ ଗତକାଲି ବିଡିଓ ସୂଚନା ଦେଇଥିଲେ। ଏହା ପରେ ରାତା ରାତି ସମସ୍ତ ଆସବାବପତ୍ର ଖାଲି ହୋଇଥିଲା । ହେଲେ କିଏ ଓ କାହିଁକି ଢାବା ଖାଲି କଲା ତାକୁ ନେଇ ପ୍ରଶ୍ନ ଏବେ ପ୍ରଶ୍ନରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2024/07/28-1.jpg)