ଧର୍ମଶାଳାର ରଙ୍ଗଶାଳା ! ବେଆଇନ ଢାବାକୁ ନେଇ ବଢୁଛି ଚର୍ଚ୍ଚା । ସ୍ଥାନୀୟ ଲୋକଙ୍କ ଅଭିଯୋଗ- ଅୟସ କରୁଥିଲେ ଧନୀ, ଆସୁଥିଲେ ଆଗଧାଡିର ଅଭିନେତ୍ରୀ ।

Advertisment
ଧର୍ମଶାଳାର ରଙ୍ଗଶାଳା ! ବେଆଇନ ଢାବାକୁ ନେଇ ବଢୁଛି ଚର୍ଚ୍ଚା । ସ୍ଥାନୀୟ ଲୋକଙ୍କ ଅଭିଯୋଗ- ଅୟସ କରୁଥିଲେ ଧନୀ, ଆସୁଥିଲେ ଆଗଧାଡିର ଅଭିନେତ୍ରୀ ।

କନକ ବ୍ୟୁରୋ: ଧର୍ମଶାଳା ଭବନ ପରିସରର ବଲେ ବଲେ ଢାବାରେ ଲଟକା ଲାଗିବା ପରେ ଏହାକୁ ଖାଲି କରିଛନ୍ତି କର୍ମଚାରୀ । ଗୋଟି ଗୋଟି କରି ଆସବାବପତ୍ର ହଟାଇଛନ୍ତି । ଆଉ ଏହାର ଆରମ୍ଭ ହୋଇଛି ଫୁଡ କୋର୍ଟରୁ । ତେଣୁ ପ୍ରଶ୍ନ ଉଠୁଛି ଭଙ୍ଗା ହେବ କି ବେଆଇନ ନିର୍ମାଣ? କ’ଣ ରହିବ ବ୍ଲକ ପ୍ରଶାସନ ପରବର୍ତ୍ତୀ ପଦକ୍ଷେପ? ବିନା କାଗଜପତ୍ରରେ ଲିଜ ଦିଆଯିବା ଜାଣିବା ପରେ ଧର୍ମଶାଳା ବିଧାୟକ ଦୃଷ୍ଟି ଆକର୍ଷଣ କରିବା ପରେ ଢାବା ସିଲ ପାଇଁ ଲଟକା ଲାଗିଲା, ଆଉ ଏବେ ଖାଲି କରାଯାଉଛି । ରାଜସ୍ୱ ଲାଗି ଫୁଡକୋର୍ଟ ପାଇଁ ଲିଜ ଦିଆଯାଉଥିବା କହୁଛି ବ୍ଲକ ପ୍ରଶାସନ । ହେଲେ ଏହାର ମାଲିକ କିଏ ପ୍ରଶାସନ ପାଖରେ ଖବର ନାହିଁ । ଢାବା ଖାଲି କରିବାକୁ ଅଜଣା ବ୍ୟକ୍ତିଙ୍କ ନାଁରେ ଲଟକା ଲଗାଯାଇଛି । ତେଣୁ ଧର୍ମଶାଳା ଭବନ ପରିସରରେ ସରକାରୀ ଜମିରେ ବେଆଇନ ନିର୍ମାଣ ହୋଇଥିବା ସ୍ପଷ୍ଟ ହେଉଛି । ଏବେ ପ୍ରଶ୍ନ ଉଠୁଛି ଏହି ବେଆଇନ ନିର୍ମାଣ ଭାଙ୍ଗିବାକୁ ପଦକ୍ଷେପ ନେବ କି ବ୍ଲକ ପ୍ରଶାସନ?

ବଡ଼ ବଡ଼ିଆଙ୍କ ପାଇଁ ଧର୍ମଶାଳା ଭବନ? ଅଭିଯୋଗ ହେଉଛି ଏଠାରେ ଜମୁଥିଲା ରଙ୍ଗଶାଳା, ମସ୍ତି କରୁଥିଲେ ଧନୀଲୋକ! ଧର୍ମଶାଳା ଭବନ ନିର୍ମାଣ ହୋଇଥିଲାଉକ୍ତ ଅଂଚଳର ସାଧାରଣ ଲୋକଙ୍କ ସାମାଜିକ, ସାଂସ୍କୃତିକ ବିବାହ ବ୍ରତ ଭଳି କାମ ପାଇଁ । କିନ୍ତୁ ହେଲା ଓଲଟା । ଭଡା ଏତେ ଅଧିକ ଥିଲା ଯେ ଗରିବ, ମଧ୍ୟବିତ ଶ୍ରେଣୀର ଲୋକ ବିବାହ, ବ୍ରତ କଥା ଚିନ୍ତା କରିପାରୁନଥିଲେ । ସମ୍ଭ୍ରାନ୍ତଶୈଳୀର ସାଜସଜ୍ଜା ଦେଖିଲେ ପ୍ରଶ୍ନ ଉଠେ ଏଠି ଚାଲୁଥିଲା କଣ? ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲଜକୁ ଆସୁଥିଲେ ବହୁ ସେଲିବ୍ରେଟୀ ଆଗଧାଡିର ଅଭିନେତ୍ରୀ । ଏପରିକି ଏଠାରେ ଅବାଧ ନିଶା ସେବନ ସହ ଅନୈତିକ କାମ ଚାଲୁଥିଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ଅଭିଯୋଗ ହେଉଛି ବିଧାୟକ ଓ ସାଂସଦ ପାଣ୍ଠିରେ ଆଧୁନିକ ଶୈଳୀରେ ସଜ୍ଜିତ ‘ବଲେ ବଲେ’ ଢାବା କେବଳ ବଡ ଲୋକଙ୍କ ସେବାରେ ଲାଗୁଥିଲା । ଢାବାରୁ ହେଉଥିବା ଆୟ କାହା ପାଖକୁ ଯାଉଥିଲା, ତାହାର ଖବର ମଧ୍ୟ କାହା ପାଖରେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe