କନକ ବ୍ୟୁରୋ: ଯାଜପୁର ଧର୍ମଶାଳାର ବଲେ ବଲେ ଢାବାକୁ ନେଇ ଥମୁନି ଚର୍ଚ୍ଚା। ଗତକାଲି ରାତିରେ ଏହି ଢାବାରୁ ସମସ୍ତ ଆସବାବପତ୍ର ଖାଲି କରାଯାଛି। ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ପାଇଁ ଗତକାଲି ବିଡିଓ ସୂଚନା ଦେଇଥିଲେ। ଏହା ପରେ ରାତା ରାତି ସମସ୍ତ ଆସବାବପତ୍ର ଖାଲି ହୋଇଛି। ହେଲେ କିଏ ଓ କାହିଁକି ଢାବା ଖାଲି କଲା ତାକୁ ନେଇ ପ୍ରଶ୍ନ ଉଠିଛି।
ବିନା କାଗଜପତ୍ରରେ ଧର୍ମଶାଳା ଭବନ ଭିତରେ ଏହି ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଢାବା ସିଲ୍ କରିବାକୁ ଲଟକା ଲଗାଇଥିଲା ଜିଲ୍ଲା ପ୍ରଶାସନ। ହେଲେ ଏହି ଢାବା ଚଳାଉଥିଲା କିଏ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କୁହାଯାଉଛି ଅଭିନେତ୍ରୀ ଏଲିନା ଦାସଙ୍କ ନିର୍ଦ୍ଦେଶରେ ଢାବା ଚାଲୁଥିଲା। ଏଲିନାଙ୍କ ସ୍ୱାମୀ ଏହି ଢାବାକୁ ଚଳାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅନେକ ସମୟରେ ଏହି ଲଜକୁ ଆଗଧାଡ଼ିର ଅଭିନେତ୍ରୀ ମଧ୍ୟ ଆସୁଥିବା ଅଭିଯୋଗ ହେଉଛି।