ନାଁରୁ ମିଳିବ ଗାଁର ପରିଚୟ । ଉନ୍ମୋଚିତ ହେଲା ବିଦାୟୀ ପ୍ରଶାସକ ଆର ବାଲକ୍ରିଷ୍ଣନଙ୍କ ପୁସ୍ତକ ଆବଦ୍ଧ ପଦଚିହ୍ନ ।

133

କନକ ବ୍ୟୁରୋ : ଉନ୍ମୋଚିତ ହୋଇଛି ବିଦାୟୀ ଉନ୍ନୟନ କମିଶନର ଆର ବାଳକ୍ରିଷ୍ଣନଙ୍କ ପୁସ୍ତକ ‘ଫ୍ରୋଜେନ ଫୁଟଫ୍ରିଂଟ’ର ଓଡିଆ ଅନୁବାଦ ‘ଆବଦ୍ଧ ପଦଚିହ୍ନ’ । ଏହି ପୁସ୍ତକରେ ଓଡିଶାର ପ୍ରାଚୀନ ସଂସ୍କୃତି ଓ ସଭ୍ୟତାର ପ୍ରାମାଣିକ ତଥ୍ୟ ରହିଛି । ଏହି ପୁସ୍ତକରେ ଓଡିଶାର ୨୨୯୫ ଗାଁର ମୂଳ ନାମକରଣର ଉତ୍ପତି ସଂପର୍କରେ ବର୍ଣ୍ଣନା ସହ କୋଣାର୍କର ଇତିହାସ ରହିଛି । ଏହା ସହ ଓଡିଶାରେ କିଭଳି ଇରାନ, ଆଫ୍ରିକା, ମେସୋପଟାମିଆ, ମୁଲତାନର ସତା ମିଳିବ ତାହା ଏହି ବହିରେ ଦର୍ଶାଯାଇଛି ।

ସେହିପରି ଭାରତ ବ୍ୟତୀତ ପାକିସ୍ତାନ, ବାଂଲାଦେଶରେ କିଭଳି ଜଗନ୍ନାଥଙ୍କ ନାମ ମିଳୁଛି ତାହା ସେ ପୁସ୍ତକରେ ପ୍ରମାଣିକ ଭାବେ ଉପସ୍ଥାପନ କରିଛନ୍ତି । ୨୭୦ ପୃଷ୍ଠାର ଏହି ପୁସ୍ତକରେ ୧୪ଟି ନିବନ୍ଧ ରହିଛି । ପ୍ରତି ନିବନ୍ଧରେ ଓଡିଶାର ସଂସ୍କୃତି ଓ ସଭ୍ୟତାର ଭିନ୍ନ ଭିନ୍ନ ତଥ୍ୟ ରହିଛି । ଆଇଏଏସ ଅଫିସର ବାଲକ୍ରିଷ୍ଣନଙ୍କ ଏଭଳି ଓଡିଆ ପ୍ରୀତିକୁ ବେଶ ପ୍ରଂଶସା କରିଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ପୁସ୍ତକକୁ ଓଡିଆରେ ଅନୁବାଦ କରିଛନ୍ତି ସଂଗ୍ରାମ ମହାପାତ୍ର ।