କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ ସଂସ୍କୃତି ବିଭାଗ

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ ସଂସ୍କୃତି ବିଭାଗ

କନକ ବ୍ୟୁରୋ: ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା । କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟଲୋକସେବା ଭବନରେ ବୈଠକ ପରେ ଏଭଳି ନିଷ୍ପତି ହୋଇଛି । ଦୀର୍ଘଦିନ ଧରି ଏ ନେଇ ଦାବି ହେଉଥିଲା ।

ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡିଥିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ପୁରୀ ରଥଯାତ୍ରା ପରେ ଏହା ଦ୍ବିତୀୟ ଉତ୍ସବ ହୋଇଥିବାରୁ ଏହାକୁ ଜାତୀୟ ମାନ୍ୟତା ମିଳିବା ସହ ରାଜ୍ୟ ସାଂସ୍କୃତିକ ସୂଚୀରେ ଏହା ସ୍ଥାନ ପାଇବା ଜରୁରୀ ବୋଲି ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବାରବାଟୀ-କଟକ ବିଧାୟକ । ଏଥି ସହିତ ପ୍ରତିବର୍ଷ ଲକ୍ଷାଧିକ ଲୋକ ବାଲିଯାତ୍ରାରେ ଏକତ୍ରିତ ହେବା ସହ ବାଲିଯାତ୍ରାରେ ୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହେଉଛି ଏବଂ ପ୍ରତିବର୍ଷ ବିକ୍ରି ବଢୁଥିବା ସେ ଚିଠି ମାଧ୍ୟମରେ ଜଣାଇବା ସହ ବାଲିଯାତ୍ରାର ଅତିରିକ୍ତ ବ୍ୟୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବାକୁ ମଧ୍ୟ ଦାବି ଉଠାଇଥିଲେ ମୋକିମ୍ ।

ଏଥର ୮ ଦିନ ଧରି ଚାଲିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ବାଲିଯାତ୍ରାକୁ ବିଶ୍ବଦରବାରରେ ପହଞ୍ଚାଇବା ଯୋଜନାରେ ଏଥର ତହସିଲ ହାତରୁ ଦାୟିତ୍ବ କାଢି ନିଆଯାଇ ଜିଲ୍ଲା ସ˚ସ୍କୃତି ପରିଷଦ ହାତରେ ଦେଇ ଦିଆଯାଇଛି। ତଳ ବାଲିଯାତ୍ରା ପଡିଆର ଅଧିକାର ଆଉ ତହସିଲ ହାତରେ ନରହି ଜିଲ୍ଲା ସଂସ୍କୃତି ପରିଷଦ ହାତରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe