କନକ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରାକୁ ମାତ୍ର ଦିନ କେଇଟା ବାକି । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରା ନେଇ ଜୋରଦାର ହୋଇଛି ପ୍ରସ୍ତୁତି । ପ୍ଲଟ୍ ବିକ୍ରିି ଠାରୁ ଆରମ୍ଭ କରି ପଡିଆ ସଫେଇ ଯାଏଁ ସବୁ କାମ ସିଏମସି ପକ୍ଷରୁ ଚାଲିଛି । ତେବେ ବାଲିଯାତ୍ରାରେ ବିଭିନ୍ନ ଦୂର ଦୂରାନ୍ତରୁ ଆସୁଥିବା ଉଠା ବ୍ୟବସାୟୀ ଚଳିତ ଥର ରାସ୍ତା କଡରେ ବସିବା ନେଇ କଟକଣା ଲଗାଇଛି ପ୍ରଶାସନ ।
ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ବାହାରୁ ଆସୁଥିବା ଉଠା ଦୋକାନୀ । ଆନ୍ଧ୍ର ଏବଂ ଝାଡଖଣ୍ଡ ଅଂଚଳରୁ ଆସୁଥିବା ଫୁଲ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟକୁ ନେଇ ଚିନ୍ତାରେ ପଡିଛନ୍ତି । ବ୍ୟବସାୟୀ କିଭଳି ସୁବିଧାରେ କରାଯାଇ ପାରିବ ଜିଲ୍ଲା ପ୍ରଶାସନ, ସିଏମସି ପ୍ରଶାସନ ଏବଂ ବାଲିଯାତ୍ରା ବ୍ୟବସାୟୀ ସଂଘ ପକ୍ଷରୁ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-30-16h47m11s571.png)