କନକ ବ୍ୟୁରୋ : ବର୍ଷକ ପରେ ପୁଣି ଚଳଚଂଚଳ ହୋଇଉଠିଛି କଟକ ମହାନଦୀ ପଠା । ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ, କିଛି ନୂଆ ନେଇ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୩୪ ଏକର ଜମି ଉପରେ ଆୟୋଜିତ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ପଡ଼ିଛି ୧୬ଶହରୁ ଅଧିକ ଦୋକାନ । ସେଥିମଧ୍ୟରୁ ୧୨୦୦ରୁ ଅଧିକ ଷ୍ଟଲ୍ ପଡ଼ିଥିବା ବେଳେ କେବଳ ଓରମାସ୍ର ପଡ଼ିଛି ୪୨୦ରୁ ଅଧିକ ଷ୍ଟଲ୍ । କାର୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଆରମ୍ଭ ହେଉଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ଏଥର ବାଲିଯାତ୍ରାରେ ଆକର୍ଷଣ ସାଜିଛି ୩୦୦ ଟନ୍ ବାଲିରେ ପ୍ରସ୍ତୁତ ବାଲୁକା କଳା । ଏହାକୁ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ।

Advertisment

ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ
‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ
ଏଥିରେ ଗ୍ରାମୀଣ ଜୀବନୀ, ଜୀବିକା ଓ ପରମ୍ପରାର ପ୍ରଦର୍ଶନ
୫ହଜାରରୁ ଅଧିକ ବର୍ଗଫୁଟ୍ରେ ନିର୍ମିତ ହୋଇଛି ଟନେଲ୍ ଆକ୍ୱାରିୟମ
ଏଥିରେ ରହିଛି ୫ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ
ପର୍ଯ୍ୟଟକମାନଙ୍କୁ ମିଳିବ ସମୁଦ୍ର ମଧ୍ୟରେ ବୁଲିବାର ମଜା
ଜଳକ୍ରୀଡ଼ା, ଲେଜର୍ ସୋ’, ସବୁଜ ବାଣ ମୁଖ୍ୟ ଆକର୍ଷଣ
ପ୍ରତିଦିନ ସକାଳେ ପଥ ଉତ୍ସବର ଆୟୋଜନ

ସେପଟେ ବାଲିଯାତ୍ରା ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ପାଇଁ ନିୟୋଜିତ ହୋଇଛି ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ । ପୂରା ପଡ଼ିଆ ଉପରେ ନଜର ରଖିବ ୧୦୦ରୁ ଉଦ୍ଧ୍ୱର୍ ସିସିଟିଭି କ୍ୟାମେରା । ସେହିପରି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କୁନି ପିଲା ଓ ରୋଗାଗ୍ରସ୍ତଙ୍କୁ ବାଲିଯାତ୍ରା ନ ଆଣିବାକୁ ପରାମର୍ଶ ଦେଇଛନ୍ତି ଡିସିପି । ଛିନତାଇ, ପକେଟ୍ମାର ରୋକିବାକୁ ପଡ଼ିଆରେ ସାଦା ପୋଷାକଧାରୀ ପୁଲିସ ମୁତୟନ ରହିବେ ।

ସବୁଥର ଭଳି ଏଥର ମଧ୍ୟ ବାଲିଯାତ୍ରାକୁ ଭବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।