ବାଲିପାଟଣାରେ ବନ୍ୟା । ୫ ପଂଚାୟତ ପ୍ରଭାବିତ, କୃଷ୍ଣପୁର ପୋଲ ଉପରେ ଚାଲିଛି ପାଣି

372

କନକ ବ୍ୟୁରୋ : ଭାର୍ଗବୀନଦୀରୁ ଅଚ୍ୟୁତପୁର କାଜ ଓ କୁଶଭଦ୍ରା ନଦୀରୁ ପାଣି ଆସିବା ପରେ ବାଲିପାଟଣା ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବାଲିପାଟଣା ବ୍ଲକର ୫ ପଂଚାୟତ ପ୍ରଭାବିତ ହୋଇଛି । ବନ୍ୟାପାଣି ମାଡିଯିବାରୁ ଅନେକ ଅଂଚଳ ଜଳମଗ୍ନ ହୋଇଛି । ବନ୍ୟା ଅଂଚଳରେ ପିଇବା ପାଣି ସମସ୍ୟା ଦେଖାଦେଇଛି ।

ରାଜସ, ପାମ୍ପଲୋ, ଆଳିସି, କୁରୁଞ୍ଜିପୁର ପଂଚାୟତର ଶହ ଶହ ଲୋକ ଜଳଘେରରେ ଅଛନ୍ତି । ୩୦ରୁ ଅଧିକ ଗାଁ ପାଣିଘେରରେ ଅଛନ୍ତି । ଚାଷଜମିରେ ପାଣି ମାଡିଯାଇଛି । କୃଷ୍ଣପୁର ପୋଲ ପ୍ରଖର ସ୍ରୋତ ବୋହୁଛି ।