କନକ ବ୍ୟୁରୋ : ଚିତ୍ରକୋଣ୍ଡା ଅଚଂଳରେ ଏବେ ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଯୋଗାଉଛି ରୋଜଗାର । ସେତୁ ଯୋଜନାରେ ସରକାରଙ୍କ ତରଫରୁ ୨୦୧୮ ମସିହାରୁ ବାଲିମେଳା ଜଳ ଭଣ୍ଡାରରେ ମାଛ ଜାଆଁଳ ଛଡ଼ାଯାଉଛି । ଆଉ ମତ୍ସ୍ୟଜୀବି ମାନେ ଏଠାରୁ ମାଛ ମାରି ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଚଳିତ ବର୍ଷ ସେତୁ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ୨ କୋଟି ମାଛ ଯାଆଂଳ ବାଲିମେଳା ଜଳ ଭଣ୍ଡାରରେ ଛାଢ଼ିବାକୁ ଲକ୍ଷ୍ୟ ରଖିଛି । ଚଳିତ ମାସରେ ୧୨ ଲକ୍ଷ ମାଛ ଯାଆଂଳ ନଦୀରେ ଛଡ଼ାଯାଇଥିବା ବେଳେ ଆଗକୁ ଅବଶିଷ୍ଟ ମାଛ ଛାଡ଼ିବ ପ୍ରଶାସନ ।
ପୂର୍ବରୁ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଡଙ୍ଗା, ମାଛ ଜାଲ, ଲାଇଫ ଜ୍ୟାକେଟ୍ ଇତ୍ୟାଦି ଯୋଗାଇ ଦେଇଥିଲା ପ୍ରଶାସନ । ବର୍ତମାନ ଜଳଭଣ୍ଡାରରେ ରୋହି, ଭାକୁର, ମିରିକାଳି ପ୍ରଜାତିର ମାଛ ଛଡ଼଼ାଯାଇଛି । ଯାହାକୁ ନେଇ ଏବେ ମତ୍ସ୍ୟଜୀବିଙ୍କ ମନରେ ଖୁସି କହିଲେ ନସରେ ।
ଦିନ ଥିଲା ଜଳ ଭଣ୍ଡାର ଆରପଟେ ବସବାସ କରୁ ଥିବା ୧୫୧ଟି ଗାଁର ଲୋକେ ଗଂଜେଇ ଚାଷ କରି ନିଜ ଜୀବିକା ନିର୍ବାହ କରୁଥିଲେ । ଆଉ ଏ ହୋଉଛି ପରିବର୍ତନର ଚିତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/5-31.jpg)