ମରଣ ଜନ୍ତା ପାଲଟିଛି ରାସ୍ତା... ପ୍ରତି ମାସରେ ୧୫ରୁ ଅଧିକ ଦୁର୍ଘଟଣା ହେଉଛି, ଜୀବନ ଯାଉଛି

Advertisment
ମରଣ ଜନ୍ତା ପାଲଟିଛି ରାସ୍ତା... ପ୍ରତି ମାସରେ ୧୫ରୁ ଅଧିକ ଦୁର୍ଘଟଣା ହେଉଛି, ଜୀବନ ଯାଉଛି

ଗୋପାଳପୁରରୁ ବାଲିକୁଦା ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ‌କାଠଯୋଡି ପୋଲ ଶେଷ ଗୋପାଳପୁର ଟ୍ରାଫିକ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ଲାକ୍‌ ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ପ୍ରତି ମାସରେ ଏଠାରେ ୧୫ରୁ ଅଧିକ ଦୁର୍ଘଟଣା ଘଟୁଥିବା ବେଳେ ଜଣେ ଦୁଇ ଜଣଙ୍କ ଜୀବନ ବି ଯାଉଛି। ଦିନର ସବୁ ସମୟରେ ଟ୍ରାଫିକ ପୁଲିସ ଏଠାରେ ଥିଲେ ବି ରାତି ୧୦ଟା ପରେ ଟ୍ରାଫିକ ପୋଷ୍ଟରେ ପୁଲିସ ରହୁ ନାହାନ୍ତି। ଏଥିପାଇଁ ରାତି ସମୟରେ ଏଠାରେ ଅଧିକ ଦୁର୍ଘଟଣା ଘଟୁଛି। ଅନ୍ୟପଟେ ଏନ୍‌ଏଚ୍‌ଏଆଇର ଭୁଲ ରାସ୍ତା ନିର୍ମାଣ ପାଇଁ ଏଠାରେ ଦୁଇଚକିଆ ଗାଡି ଦୁର୍ଘଟଣା ସଂଖ୍ୟା ‌ଅଧିକ ହେଉଛି। ପ୍ରତି ଘଣ୍ଟାରେ ହଜାର ହଜାର ସଂଖ୍ୟାର ଗାଡି ଉକ୍ତ ଛକ ଦେଇ ଯିବା ଆସିବା କରୁଥିବା ବେଳେ ସେଠାରେ ରାସ୍ତା ଉପରେ ଜେବ୍ରା କ୍ରସିଂ କିମ୍ବା ରାସ୍ତା ପାର୍ଶ୍ବରେ ଗାଡି ଧିରେ ଚଳାଇବାକୁ କୌଣସି ସଂକେତ ଲଗାଯାଇ ନାହିଁ। ରାଜପଥରୁ ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯିବାକୁ ହେଲେ ଜଣେ ଗାଡି ଚାଳକଙ୍କୁ ତିନିଟି ରାସ୍ତା ଅତିକ୍ରମ କରିବାକୁ ପଡୁଛି। ତିନିଟି ରାସ୍ତା ମଧ୍ୟରେ ଥିବା ମାଟି ରାସ୍ତା ଖାଲଢିପରେ ଭରି ରହିଛି।

ସେହି ବାଟେ ଯିବା ସମୟରେ ଅନେକ ଦୁଇ ଚକିଆ ଗାଡି ଚାଳକ ଖସି ପଡୁଛନ୍ତି। ସେପଟେ ଟ୍ରାଫିକ ଛକର ଉଭୟ ପାର୍ଶ୍ବକୁ ସଂଯୋଗ କରୁଥିବା ରାସ୍ତା ଜାତୀୟ ରାଜପଥରୁ ତଳୁଆ ରହିଛି। ‌ଉଭୟ ପାର୍ଶ୍ବ ଦେଇ ବିଶେଷ ଭାବେ ଦୁଇ ଚକିଆ ଚାଳକଙ୍କୁ ତଳୁଆ ରାସ୍ତାରୁ ଜାତୀୟ ରାଜପଥକୁ ଗାଡି ରେସ୍‌ରେ ଆଣିବାକୁ ପଡୁଛି। ରେସ୍‌ରେ ଗାଡି ଆଣୁଥିବା ବେଳେ ସିଧାସଲଖ ଭାବେ ଜାତୀୟ ରାଜପଥ ଉପରକୁ ଆସି ଯାଉଛନ୍ତି। ଏହି କାରଣରୁ ଦୁର୍ଘଟଣା ସଂଖ୍ୟା ଏଠାରେ ବଢୁଥିବା ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଟ୍ରାଫିକ୍‌ ଛକକୁ ସ‌ଂଯୋଗ କରୁଥିବା ରାସ୍ତା ଗୁଡିକୁ ରାଜପଥ ସହିତ ସମାନ କରି ଉଚ୍ଚା କରିବା, ରାଜପଥ ଉ‌ପରେ ଜେବ୍ରା କ୍ରସିଂର ଚିହ୍ନ କରିବା, ଗାଡି ଧିରେ ନେବାକୁ ଟ୍ରାଫିକ୍ ଛକର ପୂର୍ବରୁ ସଂକେତ ଲଗାଇବା, ତିନିଟି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ କଂକ୍ରିଟ କରିବା ସହିତ ସବୁ ସମୟରେ ଟ୍ରାଫିକ ପୁଲିସ ନିୟୋଜିତ କରିବାକୁ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe