‘ବାଳିକା ବଧୂ’ର ଶିବରାଜରୁ ‘ବିଗ୍ ବସ୍’ର ବିଜେତା । ଏମିତି ଥିଲା ଦବଙ୍ଗ ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ କ୍ୟାରିୟର

140

କନକ ବ୍ୟୁରୋ: ‘ବିଗ୍ ବସ୍’ ବିଜେତା କୁହନ୍ତୁ କିମ୍ବା ‘ବାଳିକା ବଧୂ’ର ଶିବରାଜ। ସୁଶାନ୍ତଙ୍କ ପରେ ଅକାଳରେ ଆଖି ବୁଜିଦେଲେ ଜାତୀୟ ପରଦାର ଜଣେ ଉଦୀୟମାନ ଚେହେରା ସିଦ୍ଧାର୍ଥ ଶୁକ୍ଳା। ହୃଦଘାତରେ ହାରିଗଲେ ୪୦ ବର୍ଷୀୟ ଏହି ଦବଙ୍ଗ ଯୁବ ଅଭିନେତା। ଯାହା ସାରା ବଲିଉଡରୁ ଆରମ୍ଭ କରି ଟେଲି ଜଗତକୁ ସ୍ତବ୍ଧ କରିଦେଇଛି।

୧୯୮୦ ଡିସେମ୍ବର ୧୨ରେ ମାୟାନଗରୀରେ ଜନ୍ମ ନେଇଥିବା ସିଦ୍ଧାର୍ଥଙ୍କର ମଡଲିଂ ଏବଂ ଆକ୍ଟିଙ୍ଗରେ ରୁଚି ନଥିଲା । କେବଳ ମା’ଙ୍କ ମନ ରଖିବା ପାଇଁ ୨୦୦୪ରେ ସେ ଏକ ମଡଲିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିନା ପୋର୍ଟଫୋଲିଓ ନଥିବା ସତ୍ତ୍ବେ ନିଜ ଲୁକ୍ସ ପାଇଁ ପ୍ରତିଯୋଗୀତାରେ ସାମିଲ ଭାଗ ନେଉଥିଲେ। ଆଉ ୨୦୦୮ରେ ତୁର୍କୀରେ ଆୟୋଜିତ ହୋଇଥିବା ଦୁନିଆର ବଡ ମଡଲିଂ ପ୍ରତିଯୋଗୀତାରେ ବିଜୟ ହାସଲ କରି ଦେଶକୁ ଗର୍ବିତ କରିଥିଲେ ସିଦ୍ଧାର୍ଥ ।

ଏହାପରେ ମଡଲିଂରେ କିଛି ବର୍ଷ କାମ କରିବା ପରେ ସେ ଏକ କ୍ରିମ ବିଜ୍ଞାପନରେ ଟିଭିପରଦାରେ ପାଦ ଦେଇଥିଲେ। ବିଜ୍ଞାପନ ପରେ ତାଙ୍କୁ ‘ବାବୁଲ କା ଅଙ୍ଗନା ଛୁଟେ ନା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ହେଲେ ସିଦ୍ଧାର୍ଥଙ୍କୁ କଲର୍ସ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ ବାଳିକା ବଧୂରୁ ସଫଳତା ମିଳିଥିଲା । ବାଳିକା ବଧୂରେ ‘ଶିବ୍’ ଭୂମିକାରେ ସିଦ୍ଧାର୍ଥଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନରେ ଏବେ ବି ଘର କରି ରହିଛି । ପରେ ଦିଲ ସେ ଦିଲ ତକ ଧାରାବାହିକରେ ସୁନ୍ଦରୀ ଅଭିନେତ୍ରୀ ରଶ୍ମୀ ଦେସାଇଙ୍କ ସହ ନଜର ଆସିଥିଲେ ସିଦ୍ଧାର୍ଥ ।

ଜୀବନରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲୁଥିବା ସିଦ୍ଧାର୍ଥ ୨୦୧୩ରେ ଡ୍ୟାନ୍ସ ରିୟାଲିଟି ଶୋ ଝଲକ ଦେଖଲା ଜାରେ ଭାଗ ନେଇଥିଲେ । ସିଦ୍ଧାର୍ଥଙ୍କ ଲୁକ୍ସରେ ଫିଦା ହୋଇ କରନ ନିଜ ଫିଲ୍ମ ହମ୍ପ୍ଟି ଶର୍ମା କି ଦୁଲହନିଆରେ ତାଙ୍କୁ ଅଭିନୟ କରିବାକୁ ଅଫର ଦେଇଥିଲେ । ଏହାପରେ ବିଗବସ ସିଜନ ୧୩ରେ ଦେଖିବାକୁ ମିଳିଥିଲା ସିଦ୍ଧାର୍ଥଙ୍କ ଯାଦୁ । ବିଗ ବସ ରେ ସିଦ୍ଧାର୍ଥ ନିଜର ଭଲ ବୁଦ୍ଧି ଏବଂ ଖେଳ ଦେଖାଇ ନିଜର ଫ୍ୟାନସ ମାନଙ୍କ ହୃଦୟ ଜିତି ବନି ଯାଇଥିଲେ ବିଜେତା।

କେବଳ ଏତିକି ନୁହେଁ ଏପରିକି ସିଦ୍ଧାର୍ଥ ଶୁକ୍ଳା ଖତ୍ରୋନ କେ ଖିଲାଡ଼ି ସିଜନ ୭ ର ମଧ୍ୟ ବିଜେତା ମଧ୍ୟ ଥିଲେ। ଟିଭି ଅଭିନେତା ଓ ମଡେଲ ଭାବେ ସିଦ୍ଧାର୍ଥ ଶୁକ୍ଳା ଗତ ୧୫ ବର୍ଷରୁ ଅଧିକ ସମୟ ଧରି ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ । ଏହା ଛଡା ସିଦ୍ଧାର୍ଥ ବଲିଉଡ ଫିଲ୍ମ ଏବଂ ୱେବ ସିରିଜରେ ମଧ୍ୟ କାମ କରି ସାରିଛନ୍ତି । ବ୍ୟାଚଲର ଥିବା ସିଦ୍ଧାର୍ଥ ନିଜର ଲୁକ, ଅନ୍ଦାଜ, ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରୁଥିଲେ । ହେଲେ ତାଙ୍କର ଅକାଳ ବିୟୋଗ ଏବେ ଫ୍ୟାନ୍ସଙ୍କ ଅବସାଦର ଆଖିରେ ଲୁହ ଆଣିଦେଇଛି।