ଲାଂଚ ନେଉଥିବା ବେଳେ ଧରାପଡିଲେ ପୂର୍ତ ବିଭାଗର ବଡବାବୁ । ୫ ହଜାର ଟଙ୍କା ଲାଂଚ ନେଉ ଥିବା ବେଳେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ଦଳ ବାଲିଗୁଡା ପୂର୍ତ୍ତ ବିିଭାଗର ଆକାଉଣ୍ଟାଟ ବିନୀତ ଶ୍ରୀବାସ୍ତବଙ୍କୁ ଗିରଫ କରିଛି । ବାଲିଗୁଡାର ଠିକାଦାର ପ୍ରଦୀପ ନାୟକଙ୍କ ଠାରୁ କ୍ୱାଲିଟି ଆଣ୍ଡ କଂଟ୍ରୋଲ ସାର୍ଟିଫିକେଟ ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିଲେ ବିନୀତଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କର କାର୍ଯ୍ୟାଳୟ ସହ ସରକାରୀ ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । /kanak/media/post_attachments/wp-content/uploads/2019/12/businessman-hand-giving-money-indian-rupee-currency-his-partner_8087-2254-300x200.jpg)
ସୂଚନା ଅନୁସାରେ ୨୦୧୭-୧୮ ବର୍ଷରେ ଠିକାଦାର ଦେଢକୋଟି ଟଙ୍କାର ଏକ କ୍ୱାଟର ନିର୍ମାଣ କରିଥିଲେ । କିନ୍ତୁ ବିନୀତ ଏହାର କ୍ୱାଲିଟି ଆଣ୍ଡ କଂଟ୍ରୋଲ ସାର୍ଟିଫିକେଟ ଦେବାକୁ ଲାଞ୍ଚ ମାଗିଥିଲେ । ଏଥିପାଇଁ ସେ ଲାଂଚ ମାଗିଲେ ବକେୟା ବିଲ୍ ପ୍ରଦାନ କରିବେ ବୋଲି ସେ କହିଥିଲେ । ଏହି ସୂଚନା ପ୍ରଦୀପ ଭିଜିଲାନ୍ସକୁ ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/VIGILANCE.jpg)