କନକ ବ୍ୟୁରୋ: ବାଲିଗୁଡା ସଂରକ୍ଷିତ ବିଧାନସଭା ଆସନରେ ୬ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ମୁଖ୍ୟତଃ ବଜେପିର କରେନ୍ଦ୍ର ମାଝି ଓ ବିଜେଡିର ଚକ୍ରମଣି କହଁରଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେଉଛି । କରେନ୍ଦ୍ର ମାଝୀ ଏହି ଆସନରୁ ଦୁଇ ଥର ବିଜୟୀ ହୋଇଥିଲେ । ୨୦୦ରେ ବିଜେପି-ବିଜେଡି ମେଂଟ ସମୟରେ ସେ ଏଠାରୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ଏଥର ପୁଣି ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଆଜି ପୁଣି ଥରେ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନିଜ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଏହି ପ୍ରରିପେକ୍ଷୀରେ କାହା ପ୍ରତି ଢଳୁଛନ୍ତି ବାଲିଗୁଡାବାସୀ ତାହା ଆଗାମୀ ଦିନରେ ଜଣାପଡିବ ।
ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୩୭ ହଜାର ୪୧୬
- ମତ ଦେଇଥିଲେ – ୧ ଲକ୍ଷ ୯ ଶହ ୪୪
- ଭୋଟଦାନ ହାର – ୭୩.୪୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରାଜୀବ ପାତ୍ର ବିଜେଡି ୩୭,୬୦୬ ୩୭.୨୫% ବିଜୟୀ
କ୍ଲେଶ ପ୍ରଧାନ କଂଗ୍ରେସ ୩୪,୯୧୦ ୩୪.୫୮% ପରାସ୍ତ
କରେନ୍ଦ୍ର ମାଝୀ ବିଜେପି ୧୮,୧୦୩ ୧୭.୯୩% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ରାଜୀବ ପାତ୍ର
ଦଳ - ବିଜେଡି
ଭୋଟ - ୩୭,୬୦୬
ପ୍ରତିଶତ - ୩୭.୨୫%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କରେନ୍ଦ୍ର ମାଝୀ
ଦଳ - ବିଜେପି
ଭୋଟ - ୧୮,୧୦୩
ପ୍ରତିଶତ - ୧୭.୯୩%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କ୍ଲେଶ ପ୍ରଧାନ
ଦଳ - କଂଗ୍ରେସ
ଭୋଟ - ୩୪,୯୧୦
ପ୍ରତିଶତ - ୩୪.୫୮%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରାଜୀବ ପାତ୍ର ନିର୍ବାଚନ ଜିତିଥିଲେ
- ୩୭ ହଜାର ୬୦୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ କ୍ଲେଶ ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୨ ହଜାର ୬୯୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୧୮ ହଜାର ୭୫୬
- ମତ ଦେଇଥିଲେ – ୭୯ ହଜାର ୦୬୧
- ଭୋଟଦାନ ହାର –୬୬.୫୯%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦିନେଶ୍ ସିଂ ପ୍ରଧାନ ବିଜେଡି ୧୬,୯୮୦ ୨୧.୪୮% ପରାସ୍ତ
ସଦାନନ୍ଦ ମଲ୍ଲିକ କଂଗ୍ରେସ ୨୨,୯୪୩ ୨୯.୦୨% ପରାସ୍ତ
କରେନ୍ଦ୍ର ମାଝୀ ବିଜେପି ୨୬୧୮୦ ୩୩.୧୧% ବିଜୟୀ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଦିନେଶ ସିଂ ପ୍ରଧାନ
ଦଳ - ବିଜେଡି
ଭୋଟ - ୧୬,୯୮୦
ପ୍ରତିଶତ – ୨୧,୪୮%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – କରେନ୍ଦ୍ର ମାଝୀ
ଦଳ - ବିଜେପି
ଭୋଟ - ୨୬,୧୮୦
ପ୍ରତିଶତ - ୩୩.୧୧%
ଫଳାଫଳ - ବିଜୟୀ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସଦାନନ୍ଦ ମଲ୍ଲିକ
ଦଳ - କଂଗ୍ରେସ
ଭୋଟ - ୨୨,୯୪୩
ପ୍ରତିଶତ - ୨୯.୦୨%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେପିର କରେନ୍ଦ୍ର ମାଝି ବିଜୟ ହାସଲ କରିଥିଲେ
- ୨୬ ହଜାର ୧୮୦ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସଦାନନ୍ଦ ମଲ୍ଲିକଙ୍କୁ ପରାସ୍ତ କରିଥିଲେ
- ୩ ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲେ
- ବିଜେଡ଼ିର ଦିନେଶ ସିଂ ପ୍ରଧାନଙ୍କ ବଦଳରେ ରାଜୀବ ପାତ୍ର ନିର୍ବାଚନ ଲଢ଼ି ଜିତିଥିଲେ
- କଂଗ୍ରେସର ସଦାନନ୍ଦ ମଲ୍ଲିକଙ୍କ ବଦଳରେ କ୍ଲେଶ ପ୍ରଧାନ ନିର୍ବାଚନ ଲଢ଼ି ୧୨ ହଜାରରୁ ଅଧିକ ଭୋଟ୍ ପାଇଥିଲେ
- ବିଧାୟକ କରେନ୍ଦ୍ର ମାଝିଙ୍କ ଉପରେ ପୁଣି ଭରଷା କରି ହାରିଥିଲା ବିଜେପି
୨୦୧୯ର ଲଢେଇ
ବିଜେଡି: ଚକ୍ରମଣି କହଁର
କଂଗ୍ରେସ: ସିମନ ମଲ୍ଲିକ
ବିଜେପି: କରେନ୍ଦ୍ର ମାଝି
୨୦୧୯--ବିଜେଡି: ଚକ୍ରମଣି କହଁର
- ଶିକ୍ଷକରୁ ରାଜନୀତି
- ୨୦୧୭ରେ ସମିତିସଭ୍ୟ
- କ.ନୂଆଗାଁ ବ୍ଳକ୍ ଅଧ୍ୟକ୍ଷ
୨୦୧୯--କଂଗ୍ରେସ: ସିମନ ମଲ୍ଲିକ
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- ୨୦୧୭ରେ ସରପଂଚ ଭାବେ ଲଢି ହାରିଥିଲେ
୨୦୧୯--ବିଜେପି: କରେନ୍ଦ୍ର ମାଝି
- ଦୁଇ ଦୁଇଥର ବିଧାୟକ
- ୨୦୦୪ ଏବଂ ୨୦୦୯ରେ ବିଧାୟକ
- ୨୦୧୪ରେ ୨ ହଜାର ୬୦୦ ଭୋଟ୍ରେ ହାରିଥିଲେ
- ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ବାଲିଗୁଡା ଏନ୍ଏସି, ବାଲିଗୁଡା ବ୍ଲକ୍, କେ. ନୂଆଗାଁ ବ୍ଲକ୍ , କୋଟଗଡ ବ୍ଲକ୍ ଓ ତୁମୁଡିବନ୍ଧ ବ୍ଲକ୍କୁ ନେଇ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ।
ମୁହାଁମୁହିଁ ପ୍ରାର୍ଥୀ
- ବ୍ଲକ୍ ଅଧ୍ୟକ୍ଷ ଚକ୍ରମଣି କହଁରଙ୍କୁ ପ୍ରାର୍ଥୀ କରିଛି ବିଜେଡି
- କଂଗ୍ରେସ ପ୍ରାର୍ଥୀ ସିମନ ମଲ୍ଲିକ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
- ଦୁଇ ଦୁଇଥରର ବିଧାୟକ କରେନ୍ଦ୍ର ମାଝିଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି
ବାଲିଗୁଡା ବିଧାନସଭା ଆସନ
- ଅନୁସୂଚିତ ଜନଜାତି ବର୍ଗ ପାଇଁ ଆସନ ସଂରକ୍ଷିତ
- କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେପିର ଦବଦବା ରହିଛି
- ୨୦୧୪ରେ ବିଜେଡି ପ୍ରଥମଥର ପାଇଁ ଜିତିଥିଲା
- ରାଜୀବ ପାତ୍ର ୨ ହଜାର ୬୯୬ ଭୋଟ୍ରେ ଜିତିଥିଲେ