ରାଜ୍ୟରେ କରୋନା ଆତଙ୍କ ଭିତରେ ବାଲିଗୁଡାରୁ ଆସିଲା ପ୍ରେରଣାଦାୟୀ ଖବର: ପବିତ୍ର ଗୁଡଫ୍ରାଇଡେ ପାଳନ ନକରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉତ୍ସବ ଟଙ୍କା ଦାନ କଲେ ଖ୍ରୀଷ୍ଟ ଭାଇଉଭଣୀ

ରାଜ୍ୟରେ କରୋନା ଆତଙ୍କ ଭିତରେ ବାଲିଗୁଡାରୁ ଆସିଲା ପ୍ରେରଣାଦାୟୀ ଖବର: ପବିତ୍ର ଗୁଡଫ୍ରାଇଡେ ପାଳନ ନକରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉତ୍ସବ ଟଙ୍କା ଦାନ କଲେ ଖ୍ରୀଷ୍ଟ ଭାଇଉଭଣୀ

କନକ ବ୍ୟୁରୋ: ରାଜ୍ୟରେ କରୋନା ଆତଙ୍କ ଭିତରେ ବାଲିଗୁଡାରୁ ଆସିଲା ପ୍ରେରଣାଦାୟୀ ଖବର । ପବିତ୍ର ଗୁଡଫ୍ରାଇଡେ ପାଳନ ନକରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉତ୍ସବ ଟଙ୍କା ଦାନ କଲେ ଖ୍ରୀଷ୍ଟ ଭାଇଉଭଣୀ । ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ବର୍ତମାନ ରାଜ୍ୟର କଠୋର ସ୍ଥିତିରେ ଏପରି ସହ ଯୋଗ ରାଶି ନିଶ୍ଚୟ କରୋନା ମୁକାବିଲାରେ କାମକୁ ଆସିବ ।

publive-image

ଅନ୍ୟପଟେ ବିଶ୍ୱମହାମାରୀ କରୋନା ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାତିଦିନ ଖରାତରାରେ କାର୍ଯ୍ୟ କରୁଥିବା ପୁଲିସ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସଚେତନତା କରୁଥିବା ବେଳେ ପୁଲିସ ନାଁ ଶୁଣିଲେ କିଏ ଛାନି଼ିଆଁ ତ ପୁଣି କିଏ ବାଟ କାଟି ପଳାଇଲାଣି । ହେଲେ ଜଣେ ପଇଡ଼ ବିକାଲୀ ଏସବୁ ଦେଖି ପୁଲିସ ଭାଇ ଓ ଚାନ୍ଦବାଲି ତହସିଲଦାରଙ୍କ ଅଟକାଇ ପଇଡ଼ ପିଇବାକୁ ଦେଇ ଖୁସି ଅନୁଭବ କରୁଛି ।

publive-image

କରୋନା ମୁକାବିଲା ପାଇଁ ସାରା ଦେଶର ସରକାରୀ କର୍ମଚାରୀ, ପୁଲିସ, ଡ଼ାକ୍ତର, ସାମ୍ବାଦିକ ମାନେ ନିଜ ଘର ପରିବାର କଥା ଭୁଲି କରୋନା ଦାଉରୁ ରକ୍ଷା କରିବା ପାଇଁ ଦିନ ରାତି ଲୋକଙ୍କ ସେବାରେ ଲାଗିଥିବା ବେଳେ ସରକାରୀ କଟକଣାକୁ ଅମାନ୍ୟ କରୁଥିବା ଲୋକଙ୍କୁ ପୁଲିସ ସଚେତନତା କାରୁଛନ୍ତି । ହେଲେ ଏଥିରେ ଲୋକେ ବିପରିତ ମନା ହୋଇ ପ୍ରତିଶୋଧ ପରାୟଣ ହାଇ ପୁଲିସ ଓ ଡ଼ାକ୍ତର ଉପରକୁ ଆକ୍ରମଣ କରୁଥିବା ନଜର ରହିଛି । ହେଲେ ଏହି ପଇଡ଼ ବିକାଳୀର ମାନବିକତାକୁ ଦେଖିଲେ ଶହେ ଆପଣ ସାବସ୍ ନକହି ରହିପରିବେ ନାହିଁ । ଖୁସିରେ ଖିସୁରେ ପଡ଼ି କାଟି ନିଜ ହାତରେ ବଢ଼ାଇ ଦେଉଛି ଗୋଟାକ ପରେ ଗୋଟାଏ । ପଇଡ଼ ବିକ୍ରି କରି ଯେତେ ଖୁସି ନଥିବା ବେଳେ ଆଜି କାର୍ଯ୍ୟରେ ଲାଗିଥିବା ପୁଲିସ ତହସିଲଦାରଙ୍କୁ ପଇଡ଼ ପିଆଇ ବେଶ ଖୁସି ଅନୁଭବ ବଖାଣିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe