କନକ ବ୍ୟୁରୋ : ବାଲିଆପାଳ ରାଜନୀତିରେ ଘଡିକେ ଘୋଡ ଛୁଟୁଛି । ଆଜି ଦଳ ଛାଡି ଯାଉଥିବା ନେତା କାଲି ପୁଣି ଦଳକୁ ଫେରୁଛନ୍ତି । ବାଲିଆପାଳର ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରୀରାମପୁର ସରପଞ୍ଚ ଦେବ କୁମାର ଦେ ଏବଂ ବରିଷ୍ଠ ନେତା ଝାଡେଶ୍ୱର ବେହେରା ତାଙ୍କର ୫୦ ଜଣ ସମର୍ଥକଙ୍କ ସହିତ ଗତ ୨୮ ତାରିଖ ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦାନ କରିଥିଲେ ।
ତିନିଦିନ ପରେ ପୁଣି ସେମାନେ ପୁରୁଣା ଦଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏନେଇ ବାଲିଆପାଳ ପୁର୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଅବସରରେ କଂଗ୍ରେସ ପକ୍ଷରୁ ଶ୍ରୀରାମପୁରରୁ ବାଲିଆପାଳ ପର୍ଯ୍ୟନ୍ତ ଏକ ବାଇକ ରାଲି କରାଯାଇଥିଲା । ଦଳର ବରିଷ୍ଠ ନେତା ମାନେ ପୁଣି ଥରେ ଦଳକୁ ଫେରିଥିବାରୁ ବସ୍ତା ଏବଂ ବାଲିଆପାଳ କଂଗ୍ରେସରେ ଉତ୍ସାହ ଦେଖିବାକୁ ମିଳିଛି ।