ବିବାହ ମଣ୍ଡପରେ ଚାଲିଥିଲା ଜୁଆ ଖେଳ : ଚଢାଉ କଲା ପୋଲିସ, ପୁଳା ପୁଳା ଟଙ୍କା ସହ ୧୧ ଜଣ ଗିରଫ

ବିବାହ ମଣ୍ଡପରେ ଚାଲିଥିଲା ଜୁଆ ଖେଳ : ଚଢାଉ କଲା ପୋଲିସ, ପୁଳା ପୁଳା ଟଙ୍କା ସହ ୧୧ ଜଣ ଗିରଫ

କନକ ବ୍ୟୁରୋ : ବିବାହ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା । ଚଢାଉ କଲା ପୋଲିସ । ଘଟଣାରେ ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଚଂଳରେ ଥିବା ଏକ ବିବାହ ମଣ୍ଡପରେ ଚାଲିଥିଲା ଜୁଆ ଆଡ୍ଡା । କୌଣସି ସୁତ୍ରରୁ ପୋଲିସ ଖବର ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢ଼ାଉ ବେଳେ ଟଙ୍କା ସହ ମୋବାଇଲ, ବାଇକ, ତାସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe