କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କେନାଲକୁ ଖସି ମୃତ୍ୟୁ ହୋଇଥିବା ଦୁଇ ଯୁବକଙ୍କୁ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ଗତକାଲି କାରଟି ପୁରୀ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ କ୍ରେନ୍ ଯୋଗେ କାରକୁ ଉପରକୁ ଅଣାଯାଇଥିଲା । ହେଲେ କାର ମଧ୍ୟରେ ଥିବା ୨ ଜଣ ବ୍ୟକ୍ତିଙ୍କ ପତ୍ତା ମିଳିନଥିଲା । ଆଜି ଜଣେ ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଧବାର ରାତି ପ୍ରାୟ ୧୨ଟା ବେଳେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର୍ ଶିବ ଶକ୍ତି ନଗରକୁ ଯାଉଥିଲା । ହେଲେ ପୁରୀ ମୁଖ୍ୟ କେନାଲ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡିଥିଲା । ସ୍ଥାନୀୟ ସିକ୍ୟୁରିଟ ଗାର୍ଡ ଦୁର୍ଘଟଣା ଦେଖି ତୁରନ୍ତ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନି ଓ ପୋଲିସ ପହଂଚି କ୍ରେନ୍ ଯୋଗେ କାରକୁ ଉପରକୁ ଆଣିଥିଲେ, ହେଲେ କାର୍ରେ ଭିତରେ ଥିବା ୨ ଜଣ ବ୍ୟକ୍ତିଙ୍କ ପତ୍ତା ମିଳିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/33-3.jpg)