ଉତ୍ତର ପ୍ରଦେଶରେ ଗଣ ବିବାହରେ ଠକେଇ । କନିଆ ନିଜକୁ ପିନ୍ଧାଉଛନ୍ତି ବରଣ ମାଳା

147

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ସରକାରୀ ସହାୟତରେ ଗଣ ବିବାହ ହୋଇଥାଏ । ହେଲେ ବର୍ତମାନ ଗଣ ବିବାହର କିଛି ବିଚିତ୍ର ଘଟଣା ସାମ୍ନାକୁ ଆସିଛି ଓ ଏହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓ ଆସିବା ପରେ ଗଣ ବିବାହ ମଧ୍ୟରେ ହେଉଥିବା ଠକେଇ ମାମଲାରେ ୧୫ ଜଣ ଲୋକଙ୍କ ସହ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି । ଭିଡିଓରେ ବିବାହ ପାଇଁ ଅନେକ କନ୍ୟା ଥିବା ବେଳେ ସେମାନେ ନିଜ ମଧ୍ୟରେ ବରଣ ମାଳା ପିନ୍ଧାଉଥିବାର ଦେଖା ଯାଉଛି ଆଓ କିଛି ବର ବେଶ ସାଜିଥିବା ପୁଅ ନିଜ ମୁହଁ ମଧ୍ୟ ଲୁଚାଉଛନ୍ତି ।

ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାରେ ଜାନୁୟାରୀ ୨୫ ତାରିଖରେ ଏହି ଗଣ ବିବାହ ଅନୁଷ୍ଠିତ ହେଉଥିଲା । ଏଥିରେ ପ୍ରାୟ ୫୬୮ ଦମ୍ପତ୍ତି ବିବାହ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ବର କନିଆଙ୍କୁ ବାଧ୍ୟରେ ତଥା କିଛି ଜଣଙ୍କୁ ପଇସା ଦେଇ ସେଠାରେ ବିବାହ ପାଇଁ ବସାଯାଇଥିଲା । ବାସ୍ ବର ବେଶରେ ବସିବା ପାଇଁ ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଇଥିବା ଖୁଲାସା ହୋଇଛି । ଆଉ ଯେଉଁ ମାନଙ୍କୁ କେହି ମିଳିନଥିଲେ ସେମାନେ ନିଜ ବେକରେ ଫୁଲ ମାଳ ପକାଇ ଠିଆ ହୋଇଥିଲେ ବୋଲି ଦେଖଣାହାରୀ କହିଛନ୍ତି ।

ଖାଲି ଏତିକିି ନୁହେଁ ବିବାହ ଦେଖିବାକୁ ଯାଇଥିବା ବେଳେ ପଇସା ଯାଚି ବର ହେବା ପାଇଁ ବସାଇ ଦେଇଥିଲେ ବୋଲି ଜଣେ ୧୯ ବର୍ଷୀୟ ପିଲା ଗଣ ମାଧ୍ୟମକୁ ଜଣାଇଛି   ।

ଏହି ସାମୁହିକ ବିବାହରେ ବିଜେପି ଏମଏଲଏ କେତକୀ ସିଂ ମୁଖ୍ୟ ଅତିଥି ହୋଇ ଯୋଗ ଦେଇଥିଲେ । ଏହି ଘଟଣା ସଂମ୍ବନ୍ଧରେ ପଚାରିବାରୁ ଏନେଇ କେବଳ ଦୁଇ ଦିନ ଆଗରୁ ନିମନ୍ତ୍ରିତ ହୋଇଥିଲେ ଓ ଏବେ ଏହା ପଛରେ ଭଲ ଭାବେ ଅନୁସନ୍ଧାନ କରାଯିବ ବୋଲି ଜଣଅଇଛନ୍ତି କେତକୀ ସିଂ ।

ତେବେ ସରକାରଙ୍କ ସ୍କିମ ଅନୁଯାୟୀ ଏହି ମାଧ୍ୟମରେ ବିବାହ କରିବା ପାଇଁ ସମୁଦାୟ ୫୧୦୦୦ ଟଙ୍କା ମିଳିଥାଏ । ସେଥିରୁ ୩୫୦୦୦ ଟଙ୍କା ଝିଅ ଘରକୁ ମିଳିଥାଏ । ଏଥିରୁ ୧୦୦୦୦ଟଙ୍କା ବିବାହ ସାମଗ୍ରୀ ଆଦି କିଣିବା ପଇଁ ଦିଆ ଯାଉଥିବା ବେଳେ ବାକି ୬୦୦୦ ଟଙ୍କା ବିବାହ ଉତ୍ସବ ପାଇଁ ରହିଛି । ତେବେ ବର କନିଆ ଥାଉ କି ନଥାଉ ଏହି ପଇସା ହାତେଇବା ପାଇଁ କିଛି ଠକ ଲୋକ ଏପରି କାଣ୍ଡ କରିଥିବାରେ ଅନୁମାନ କରାଯାଉଛି ।