କନକ ବ୍ୟୁରୋ : କଟକ ଏସସିବିରେ ଚିକିତ୍ସାଧୀନ ବଳିଆ ଗୁରୁତର । ବଳିଆର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଦିଲ୍ଲୀରେ ଅସ୍ତ୍ରୋପଚାର ପରେ ଏସସିବି ଆସି ଚିକିତ୍ସିତ ହେଉଥିଲେ ଜଗା-ବଳିଆ । ଏବେ ବଳିଆର ଚିକିତ୍ସା ଜାରିୁ ରହିଛି ।
ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ଦିଲ୍ଲୀ ଏମ୍ସରେ ଅପରେସନ ପରେ ଅଲଗା ହୋଇଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ଦୁଇ ଭାଇ ଦିଲ୍ଲୀରୁ ଫେରିଥିଲେ । ଜଗା ବଳିଆଙ୍କ ଘର କନ୍ଧମାଳ ଜିଲ୍ଲାରେ । ଦିଲ୍ଲୀରୁ ଫେରିବା ପରେ ଏସସିବିରେ ଚିକିତ୍ସିତ ହେଉଥିଲେ ।