ଜଗା-ବଳିଆଙ୍କୁ ନେଇ ଆସିଲା ବଡ଼ ଖବର: ଫୁସଫୁସ୍ ସଂକ୍ରମଣ ଯୋଗୁଁ ଭେଣ୍ଟିଲେଟରରେ ବଳିଆ ।

3,930

କନକ ବ୍ୟୁରୋ: କଟକ ଏସସିବିରେ ଚିକିତ୍ସାଧୀନ ହେଉଥିବା ଜଗା-ବଳିଆଙ୍କୁ ନେଇ ଆସିଛି ବଡ଼ ଖବର । ଏସସିବି ଅଧୀକ୍ଷକଙ୍କ କହିବା ମୁତାବକ, ବର୍ତ୍ତମାନ ବଳିଆ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇପଡ଼ିଛି । ଆଉ ଗୁରୁତର ଅବସ୍ଥାରେ ବଳିଆ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଲା କି, ଛାତିରେ ସଂକ୍ରମଣ ଯୋଗୁଁ ବଳିଆକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରୁ ବଳିଆର ଛାତିରେ ସଂକ୍ରମଣ ହେବାରୁ ଓ ନିଶ୍ୱାସ ନେବାକୁ କଷ୍ଟ ହେବାରୁ ଭେଣ୍ଟିଲେଟର ଭର୍ତ୍ତି ହୋଇଛି ବଳିଆ ।

ତେବେ ଜଗା-ବଳିଆ ରହିଥିବା ସ୍ୱତନ୍ତ୍ର ୱାର୍ଡରେ ସେମାନଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ଏଭଳି ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ତେଣୁ ଗତକାଲି ସ୍ୱାସ୍ଥ୍ୟ ସଚିବ ଏନେଇ ଏସସିବି ଅଧୀକ୍ଷକଙ୍କ ନିକଟକୁ ଚିଠି ଲେଖିଥିଲେ । ଆଉ ଜଗା-ବଳିଆଙ୍କୁ ଯେଉଁମାନେ ଭେଟିବାକୁ ଆସୁଛନ୍ତି ସେମାନେ ମନ ଇଛା ଭେଟିପାରିବେ ନାହିଁ । କେବଳ ଏସସିବି ଅଧିକ୍ଷକଙ୍କ ଅନୁମତି କ୍ରମେ ହିଁ ଭେଟିପାରିବେ ।
JAGA BALIAସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମସରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳଙ୍କ ସହିତ ଜଗା-ବଳିଆ ଅପରାହ୍ନରେ ଆସି କଟକ ବଡ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରମା କେୟାର ଆଇସିୟୁ କ୍ୟାବିନରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ଏବେ ବଳିଆ ସ୍ୱସ୍ଥ୍ୟ ସଂକଟାପନ୍ନ ହୋଇପାଡ଼ିବାରୁ ରାଜ୍ୟବାସୀ ବଳିଆର ଆଶୁଆରୋଗ୍ୟ କାମନା କରୁଛନ୍ତି ।