କନକ ବ୍ୟୁରୋ: ଏଥର ବି ହେବନି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । କୋଭିଡକୁ ଆଖି ଆଗରେ ରଖି ଗତ ବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ହୋଇଛି, ହେଲେ ଜନସମାଗମ ବଢିଲେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏପରି ସ୍ଥିତିରେ ବାଲିଯାତ୍ରା ସମ୍ଭବ ନୁହେଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।
ଗତବର୍ଷ ମଧ୍ୟ କରୋନା କାରଣରୁ ବାଲିଯାତ୍ରା ବନ୍ଦ ରଖାଯାଇଥିଲା । କରୋନା କାରଣରୁ କଟକର ବାଲିଯାତ୍ରା ପଡିଆ ଖାଲି ଖାଲି ରହିଥିଲା । ନା ବ୍ୟବସାୟୀ ଆସିଥିଲେ, ନା ଲୋକମାନେ ବାଲିଯାତ୍ରା ବୁଲିପାରିଥିଲେ । ହେଲେ ଚଳିତ ବର୍ଷ ସଂକ୍ରମଣ କମିଥିଲେ ବି ବାଲିଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି କୁହାଯାଇଛି । ବାଲିଯାତ୍ରାରେ ରାଜ୍ୟର ଲକ୍ଷାଧିକ ଲୋକ ଏକାଠି ହୁଅନ୍ତି । ଏତେ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ହେଲେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ, ଜିଲ୍ଲା ପ୍ରଶାସନ ଏପରି ବଡ ନିଷ୍ପତ୍ତି ନେଇଛି ।
#ଏଥର_ବି_ବାଲିଯାତ୍ରା_ବନ୍ଦ
ଚଳିତ ବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା
କୋଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି#BaliJatra#KanakNewspic.twitter.com/XfP8coWjVF— Kanak News (@kanak_news) November 9, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/7-11.jpg)