କନକ ବ୍ୟୁରୋ: ଜୀବନ ବଞ୍ଚାଇଲେ ଯୁଗଳ କିଶୋର । ଦୁର୍ଘଟଣାଗ୍ରସ୍ତ ବାପଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଏସ.ପି । ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ରାସ୍ତା କଡରେ ଛଟପଟ ହେଉଥିବା ୨ ବାପଝିଅଙ୍କୁ ନିଜ ଗାଡିରେ ମେଡିକାଲ ନେଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି ବାଲେଶ୍ୱର ଏସ.ପି ବି. ଯୁଗଳ କିଶୋର ।
ତେବେ ସୋର ବେଗୁନିଆ ଛକ ନିକଟରେ ବାଇକରେ ଯାଉଥିବା ବାପଝିଅଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ତୁଡିଗଡିଆ ଅଚ୍ୟୁତିପୁର ଗାଁର କୈଳାଶ ଚନ୍ଦ୍ର ସାହୁ ନିଜ ଝିଅକୁ ବାଲେଶ୍ୱର ହଷ୍ଟେଲକୁ ନେଇଯାଉଥିବା ବେଳେ ବାଟରେ ଦୁର୍ଘଟଣା ହୋଇଥିଲା । ଆଉ ଦୁର୍ଘଟଣା ପରେ ରାସ୍ତା କଡରେ ହିଁ ଦୁହେଁ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ । ହେଲେ ହଠାତ ଦେବଦୂତ ସାଜି ସେମାନଙ୍କ ପାଖରେ ହାଜର ହୋଇଥିଲେ ବାଲେଶ୍ୱର ଏସ.ପି । ଆଉ ସେମାନଙ୍କୁ ନିଜ ଗାଡିରେ ବସାଇ ସୋର ମେଡିକାଲରେ ଭର୍ତ୍ତି କରାଇଥିଲେ ।
ତେବେ ଏକ ଜନ ଶୁଣାଣୀ ପାଇଁ ଏସପି ଔପଦା ଯାଉଥିବା ବେଳେ ବାଟରେ ଏଭଳି ଦେଖି ନିଜର ବଡ ପଣ ଦେଖାଇଥିଲେ ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଟଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/JUGAL.jpg)
/kanak/media/post_attachments/wp-content/uploads/2019/10/vlcsnap-2019-10-14-16h28m05s112-300x165.png)
/kanak/media/post_attachments/wp-content/uploads/2019/10/vlcsnap-2019-10-14-16h32m43s74-300x165.png)