ବାଲେଶ୍ୱର : ବାଲେଶ୍ୱର ସିମୁଳିଆରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର ଓ ସର୍ପିଓ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କର ଅବସ୍ଥା ଗୁରୁତର ରହିଛି ।
ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଗୁରୁତରଙ୍କ ଭିତରେ ଜଣେ ଶିଶୁ ଥିବା ସୂଚନା ମିଳିଛି । ସୋର ଜାମୁଝାଡିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତ ଦମ୍ପତି ହେଉଛନ୍ତି ଦୀପକ ମାଇତି ଓ ଜୁଲି ମାଇତି । ଏମାନଙ୍କ ଘର ସୋର ଖନ୍ତାପଡା ବୋଲି ଜଣାପଡିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Screen-shot-2016-10-08-at-9.57.21-AM.png)