ରୋଗୀ ହୋଇ ଆସିଲେ, ଶବ ହୋଇ ଫେରିଲେ: ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ରାସ୍ତାରେ ଆମ୍ବୁଲାନ୍ସ ଭିତରେ ଚାଲିଗଲା କୋଭିଡ୍ ରୋଗୀଙ୍କ ଜୀବନ; ଖାଲଢ଼ିପ ରାସ୍ତା ଯୋଗୁଁ ବାଟରେ ଖସିଗଲା ଆକ୍ସିଜେନ ପାଇବ୍, କେହି ଜାଣିବା ପୂର୍ବରୁ ଆଖି ବୁଜି ଦେଲେ ରୋଗୀ

1,112

କନକ ବ୍ୟୁରୋ: ଜଣେ କୋଭିଡ ଆକ୍ରାନ୍ôତଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ୱର ଆଣୁଥିବା ବେଳେ କିପରି ସେ ପ୍ରାଣ ହରାଇଲେ ସେନେଇ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ନିଶ୍ୱାସ ନେବାରେ କଷ୍ଟ ହେବାରୁ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ଅଣାଯାଉଥିଲା । ତାଙ୍କୁ ଷ୍ଟେଚରରେ ଶୁଆଇ ଅକ୍ସିଜେନ ଲଗାଇ ଆମ୍ବୁଲାନ୍ସରେ ଅଣାଯାଉଥିଲା । ଅଧାବାଟରେ ଖାଲଖମାରେ ଗାଡି ଯିବାରୁ ଅକ୍ସିଜେନ ପାଇପ ଖସିଯାଇଥିଲା । ଆଉ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ହସ୍ପିଟାଲରେ ପହଂଚିପାରିଲେ ନାହିଁ ।

ଗତ ୮ ତାରିଖରେ ବାଲେଶ୍ୱର କୋଭିଡ ହସ୍ପିଟାଲରୁ ପ୍ରଦୀପ ମହାପାତ୍ରଙ୍କୁ ଭୁବନେଶ୍ୱର ଆଣିବା ପାଇଁ ବ୍ୟବସ୍ଥା କରାଗଲା । କାରଣ ନିଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ ଏବଂ ସେ ଜଣେ ଡାଏବେଟିସ ପେସେଂଟ ହୋଇଥିବାରୁ ସେଠାରେ ଡକ୍ଟର ରିସ୍କ ନେବାକୁ ଚାହୁଁନଥିଲେ । ଭଲ ଭାବରେ ଦେଖନ୍ତୁ ପ୍ରଦୀପ ନିଜେ ମଧ୍ୟ ହ୍ୱିଲଚେୟାରରୁ ଆମ୍ବୁଲାନ୍ସକୁ ଉଠିଥିଲେ । କିନ୍ତୁ ତାପରେ ଯାହା ଘଟିଲା, ଆପଣ ଏହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ତାଙ୍କୁ ଭଲ ଚିକିତ୍ସା ଦେବା ପାଇଁ ଭୁବନେଶ୍ୱର ଅଣାଯାଉଥିଲା । କିନ୍ତୁ ଭଲ ଚିକିତ୍ସା କଣ ମିଳିବ, ଖବର ଆସିଲା ତାଙ୍କର ମୃତ୍ୟୁ ହୋଇଯାଇଛି । ଶୁଣନ୍ତୁ ଆମ୍ବୁଲନ୍ସ ଡ୍ରାଇଭରଙ୍କ ସହ ମୃତକଙ୍କ ସମ୍ପର୍କିୟ କଣ କଥା ହୋଇଥିଲେ ।

ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ କହିଛନ୍ତି, ଆମ୍ବୁଲାନ୍ସରେ ଷ୍ଟ୍ରେଚର ଉପରେ ପ୍ରଦୀପଙ୍କୁ ଅକ୍ସିଜେନ ଲଗାଇ ଶୁଆଇ ଦିଆଯାଇଥିଲା । କିନ୍ତୁ ମହାନଦୀ ପୋଲ ପୂର୍ବରୁ ଖାଲଢିପ ରାସ୍ତାରେ ଗାଡି ହଲିଯିବା ଫଳରେ ପ୍ରଦୀପଙ୍କ ଅକ୍ସିଜ୍ନେ ପାଇପ ଛିଣ୍ଡି ଯାଇଥିଲା । ଏବଂ ପ୍ରଦୀପ ଷ୍ଟ୍ରେଚରରୁ ଅଧା ଖସିପଡିଥିଲେ । ଆଉ ହସ୍ପିଟାଲ ପହଂଚିବା ପୂର୍ବରୁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ପ୍ରଦୀପଙ୍କ ଭିଣୋଇ ଆମ୍ବୁଲାନ୍ସ ଡ୍ରାଇଭର ସହ କଥା ହେବା ବେଳେ ଆଉ ଏକ କଥା ମଧ୍ୟ ସାମନାକୁ ଆସିଥିଲା, ଯେ ରୋଗୀ ଜଣଙ୍କ ସେତେ ଗୁରୁତର ନଥିଲେ ।

ଆମ୍ବୁଲାନ୍ସର କ୍ୟାବିନରେ ଡ୍ରାଇଭର ଓ ଫାର୍ମସିଷ୍ଟ ବସିଥିଲେ । ଏବଂ ପଛପଟେ ଷ୍ଟ୍ରେଚରରେ ଶୋଇଥିଲେ ପ୍ରଦୀପ । ମୁହଁରେ ଅକ୍ସିଜେନ ଲାଗିଥିଲା । ଦୁଇଜଣ ଯାକ ଆରାମରେ ଆଗରେ ବସିଥିଲେ ଆମ୍ବୁଲାନ୍ସ ବି ଖୁବଜୋରରେ ମାଡି ଚାଲିଥିଲା । କିନ୍ତୁ ୨ଜଣ ଯାକ ଜାଣିପାରିଲେ ନାହିଁ ଯେ ସେମାନଙ୍କ ଏହି ଅବହେଳା ଏକ ମୁଲ୍ୟବାନ ଜୀବନ ନେବାକୁ ଯାଉଛି ବୋଲି ।