କନକ ବ୍ୟୁରୋ :  ୧୩ ଦିନ ପରେ ବାଲେଶ୍ୱର ନହରପାଟଣା ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୋଲିସ । ସାମ୍ନାକୁ ଆସିଛି ପରକୀୟା ପ୍ରେମର ପୁରା କାହାଣୀ । ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ସୁପାରୀ ଦେଇଥିଲା ସ୍ତ୍ରୀ । ୫୦ ହଜାର ଟଙ୍କାର ହୋଇଥିଲା ଡିଲ୍ । ପୋଲିସ ବାନ୍ଧିଥିବା ବାସନ୍ତୀ ବେହେରା ନାମକ ଏହି ମହିଳା ନିଜ ପରକୀୟା ପ୍ରୀତି publive-imageପାଇଁ ସ୍ୱାମୀକୁ ରାସ୍ତାରୁ ହଟାଇଦେଇଛି । ଆଉ ସ୍ତ୍ରୀର ଏହି ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲେ ଆଉ ତିନି ଜଣ ଅଭିଯୁକ୍ତ । ଯେଉଁମାନେ ଏବେ ଜେଲର ଚାରିକାନ୍ଥରେ ।

Advertisment

ସ୍ତ୍ରୀର ସମ୍ପତ୍ତି ଲୋଭ ଏବଂ ଅନୈତିକ ସମ୍ପର୍କ ଯୋଗୁଁ ବଳି ପଡିଲେ ନହରପାଟଣାର ମାଧବ ବେହେରା । ନହରପାଟଣା-କେଶପୁର ରାସ୍ତାରୁ ମିଳିଥିଲା ରକ୍ତାକ୍ତ ମୃତଦେହ । ମାଧବଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ତଦନ୍ତ ବେଳେ ସାମ୍ନାକୁ ଆସିଛି ହତ୍ୟା ପଛର ସତ । ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା ସ୍ତ୍ରୀ । ହତ୍ୟାକାଣ୍ଡର ୧୩ ଦିନ ପରେ ପୋଲିସ ସ୍ତ୍ରୀ ବାସନ୍ତୀ ବେହେରାଙ୍କ ସମେତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।