କନକ ବ୍ୟୁରୋ : ଜୀବନ ବଂଚାଇବା ପାଇଁ ସୋସିଆଲ ମିଡ଼ିଆରେ ପ୍ରେମୀଯୁଗଳଙ୍କ ଆକୁଳ ନିବେଦନ । ଏଭଳି ଘଟଣା ଦେଖିବାକୁ ମଳିଛି ନୀଳଗିରି ଅଂଚଳରେ । ଭିଡ଼ିଓରେ ପ୍ରେମିକ ଜଣକ ତାଙ୍କର ତାଙ୍କ ପ୍ରେମିକାଙ୍କ ଜୀବନ ବଂଚାଇବା ପାଇଁ ସାହାଯ୍ୟ ମାଗୁଛନ୍ତି । ସାହାଯ୍ୟ ନକଲେ ସେମାନେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଏହି ପ୍ରେମୀଯୁଗଳ ।
ଖବର ରହିଛି କି ଟିଉସନ ନାଁରେ ଯୁବତୀ ଜଣଙ୍କ ଘରୁ ବାହାରି ପଡ଼ିଥିଲେ । ହେଲେ ଟିଉସନ ନଯାଇ ଯୁବତୀ ପ୍ରେମିକଙ୍କ ସହିତ ଫେରାର ହୋଇ ଯାଇଥିଲେ । ଦୁଇ ଜଣଙ୍କ ପରିବାର ଲୋକ ବିବାହ ପାଇଁ ରାଜି ନହେବାରୁ ସେମାନେ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ପ୍ରେମୀଯୁଗଳ । ଘର ଛାଡ଼ିବା ପରେ ପରିବାର ଲୋକ ଗୁଣ୍ଡା ଲଗାଇ ସେମାନଙ୍କୁ ମାରି ଦେବାକୁ ଖୋଜୁଛନ୍ତି ବୋଲି କହିଛନ୍ତି ପ୍ରେମିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/lovers-2761551_960_720.png)