କନକ ବ୍ୟୁରୋ : ଆଜି ହେବାକୁ ଥିବା ନିର୍ବାଚନ ଜିଲ୍ଲା ମଧ୍ୟରେ ବାଲେଶ୍ୱର ମଧ୍ୟ ଅନ୍ତର୍ଭୁକ୍ତ । ଜିଲ୍ଲାରେ ଚଳିତ ନିର୍ବାଚନରେ ବିଭିନ୍ନ ଦଳର ତୁଙ୍ଗ ନେତା ଚଳିତ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି । ବିଜେଡି ନିଜର ପୁରୁଣା ପ୍ରାର୍ଥୀ ରବିନ୍ଦ୍ର ଜେନାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ପୁରୁଣା ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ବିଜେପି ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନିର୍ବାଚନରେ ବିଜୟୀ ହେବା ପାଇଁ ସବୁ ଦଳର ପ୍ରାର୍ଥୀ ଭୋଟରଙ୍କ ମନକୁ ଜିତିବା ଲାଗି ଉଦ୍ୟମ କରିଛନ୍ତି । କେବଳ ଏତିକି ନୁହେଁ ବାଲେଶ୍ୱରରେ ସବୁ ଦଳର ତୁଙ୍ଗ ନେତା ନିଜ ପ୍ରାର୍ଥୀଙ୍କ ଲାଗି ପ୍ରଚାରକୁ ଓହ୍ଲାଇଥିଲେ । ପ୍ରଧାନମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ତେବେ ଜିଲ୍ଲାର ଭୋଟରଙ୍କ ମନରେ କିଏ ବିଶ୍ୱାସ ପ୍ରକାଟ କରିବାରେ ସଫଳ ହୋଇଛି ଦେଖିବାକୁ ବାକି ରହିଲା ।

Advertisment

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୬୬ ହଜାର ୨୧୮
- ମତ ଦେଇଥିଲେ – ୧୦ ଲକ୍ଷ ୪୯ ହଜାର ୮୬୧
- ଭୋଟଦାନ ହାର – ୭୬.୮୪%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରବିନ୍ଦ୍ର କୁମାର ଜେନା ବିଜେଡି ୪,୩୩,୭୬୮ ୪୧.୩୩% ବିଜୟୀ
ଶ୍ରୀକାନ୍ତ କୁମାର ଜେନା କଂଗ୍ରେସ ୨,୭୭,୫୧୭ ୨୬.୪୪% ପରାସ୍ତ
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି ୨,୯୧,୯୪୩ ୨୭.୮୧% ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ରବିନ୍ଦ୍ର କୁମାର ଜେନା ନିର୍ବାଚନ ଜିତିଥିଲେ
- ୪ ଲକ୍ଷ ୩୩ ହଜାର ୭୬୮ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୪୧ହଜାର ୮୨୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ
ବିଜେଡି: ରବିନ୍ଦ୍ର କୁମାର ଜେନା
କଂଗ୍ରେସ: ନବଜ୍ୟୋତି ପଟ୍ଟନାୟକ
ବିଜେପି: ପ୍ରତାପ ଚନ୍ଦ୍ର ଷଡଙ୍ଗୀ

୨୦୧୯--ବିଜେଡି: ରବିନ୍ଦ୍ର କୁମାର ଜେନା
- ୨୦୧୪ରେ ସାଂସଦ
- ୨ଥର ଶ୍ରେଷ୍ଠ ସାଂସଦ ବିବେଚିତ
- ଏକାଧିକ ସଂସଦୀୟ କମିଟିର ସଦସ୍ୟ
- ବ୍ୟବସାୟରୁ ରାଜନୀତି
- ଦୃଢ ସଂଗଠକ ଏବଂ ଲୋକପ୍ରିୟ ନେତା

୨୦୧୯-- କଂଗ୍ରେସ: ନବଜ୍ୟୋତି ପଟ୍ଟନାୟକ
- ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ
- ଯୁବ ନେତା ତଥା ସଂଗଠକ
- ପ୍ରଥମଥର ଲୋକସଭା ପ୍ରାର୍ଥୀ

୨୦୧୯--ବିଜେପି: ପ୍ରତାପ ଚନ୍ଦ୍ର ଷଡଙ୍ଗୀ
- ୨ଥର ବିଧାୟକ ( ୨୦୦୪ ଏବଂ ୨୦୦୯ )
- ୨୦୧୪ରେ ପରାଜିତ ( ବାଲେଶ୍ୱର ସାଂସଦ ପ୍ରାର୍ଥୀ )
- ଆରଏସ୍ଏସ୍ କର୍ମୀ
- ସ୍ୱଚ୍ଛ ନେତା ଓ ସରଳ ବ୍ୟକ୍ତିତ୍ୱ

ନିର୍ବାଚନ ମଣ୍ଡଳୀ ତଥ୍ୟ
- ବାଲେଶ୍ୱର, ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ରେମୁଣା ଏବଂ ନୀଳଗିରିକୁ ନେଇ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ
- ବାଲେଶ୍ୱର, ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା ଏବଂ ନୀଳଗିରି ବିଜେଡି ଦଖଲରେ ।
- ରେମୁଣା ବିଜେପି ଦଖଲରେ ରହିଛି ।
- ବିଜେପିରୁ ଖାରବେଳ ସ୍ୱାଇଁ ୩ଥର ସାଂସଦ
- ୨୦୧୪ରେ ପ୍ରଥମଥର ଜିତିଥିଲା ବିଜେଡି ( ରବିନ୍ଦ୍ର କୁମାର ଜେନା ସାଂସଦ )