କନକ ବ୍ୟୁରୋ : ରାସ୍ତା ମଝିରେ ମହାଭାରତ । କ୍ୟାମେରାରେ କଏଦ ହେଲା ବାଲେଶ୍ୱରରେ ଦୁଇ ମହିଳାଙ୍କ ମଧ୍ୟରେ ମାରପିଟର ଦୃଶ୍ୟ । ରୋଗୀଙ୍କୁ ନିଜ ନିଜର ଲ୍ୟାବକୁ ନେବାକୁ କଥା ନେଇ ଦୁଇ ପାଥୋଲାବ ମହିଳା କର୍ମଚାରୀଙ୍କ ମଧ୍ୟରେ ତୁମୁଳକାଣ୍ଡ ହୋଇଛି । ଘଟଣାଟି ଘଟିଛି ବାଲେଶ୍ୱରରେ । ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିିରେ ଦୋକାନ ଭଡାରେ ନେଇ ପାଥୋଲାବ କରିଥିଲେ ଏହି ଦୁଇ ମହିଳା କର୍ମଚାରୀ ।
ତେବେ ରୋଗୀଙ୍କୁ ନିଜ ଆଡକୁ ନେବାକୁ ନେଇ ଏହି ଦୁଇ ମହିଳା ଖାଲି ହାତାହାତି ନୁହଁ, ଠେଙ୍ଗା ଓ ଗୋଇଠା ମାଡ ବି କରିଥିଲେ । ଉକ୍ତ ସ୍ଥାନରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି କେହି କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ଫଳରେ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଦୁଇ ମହିଳାଙ୍କ ହାଇଭୋଲଟେଜ ଫାଇଟ ସିନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/MAHABHARAT.jpg)