ଘରେ ପଶିଥିବା ଯୁବକଙ୍କୁ ଅକଥନୀୟ ଯାତନା: ଉଲଗ୍ନ କରି ଗାଁ ଦାଣ୍ଡରେ ବାଡେଇଲେ ଗାଁ ଲୋକେ; ବାଲେଶ୍ୱର ବାଲିଆପାଳରୁ ଆସିଲା କଙ୍ଗାରୁ କୋର୍ଟର ଅଭାବନୀୟ ଚିତ୍ର

473

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ  ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ଘରେ  ପଶିଥିବା ଯୁବକଙ୍କୁ  ଗାଁ ଲୋକେ କାବୁ କରି  ଉତମ ମଧ୍ୟମ ଦେବା ପରେ  ତା ଶରୀରରେ ଇଟା ଝୁଲାଇଦେବା ଚିତ୍ର ଚର୍ଚାର ବିଷୟ ହୋଇଛି ।

ଖବର ଅନୁସାରେ,  ଚୌମୁଖୀ ଗାଁର ଜଣେ ବ୍ୟକ୍ତି  ସେହି ଗାଁର  ଅନ୍ୟ ଜଣକ ଘରେ କେହି ପୁରୁଷ ଲୋକ ନଥିବାବେଳେ ପଶିଯାଇଥିଲେ ।  ତେବେ କୌଣସି ସୁତ୍ରରୁ ଖବର ପାଇ ଗାଁ ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ମାଡ ମାରିବା ସହ ତାଙ୍କ ଶରୀରରେ ଇଟା ଝୁଲାଇଦେଇଥିଲେ ।  ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି, ଗାଁ ଲୋକେ ପୁଲିସକୁ ନଜଣାଇ ଆଇନକୁ ହାତକୁ ନେଲେ କିପରି ?

Comments are closed.