କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଯୁବକଙ୍କୁ ଗାଁ ଲୋକେ କାବୁ କରି ଉତମ ମଧ୍ୟମ ଦେବା ପରେ ତା ଶରୀରରେ ଇଟା ଝୁଲାଇଦେବା ଚିତ୍ର ଚର୍ଚାର ବିଷୟ ହୋଇଛି ।
ଖବର ଅନୁସାରେ, ଚୌମୁଖୀ ଗାଁର ଜଣେ ବ୍ୟକ୍ତି ସେହି ଗାଁର ଅନ୍ୟ ଜଣକ ଘରେ କେହି ପୁରୁଷ ଲୋକ ନଥିବାବେଳେ ପଶିଯାଇଥିଲେ । ତେବେ କୌଣସି ସୁତ୍ରରୁ ଖବର ପାଇ ଗାଁ ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ମାଡ ମାରିବା ସହ ତାଙ୍କ ଶରୀରରେ ଇଟା ଝୁଲାଇଦେଇଥିଲେ । ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି, ଗାଁ ଲୋକେ ପୁଲିସକୁ ନଜଣାଇ ଆଇନକୁ ହାତକୁ ନେଲେ କିପରି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/6-30.jpg)
/kanak/media/post_attachments/wp-content/uploads/2020/09/Screen-Shot-2020-09-28-at-9.06.36-AM.png)