ତାଲା ପକା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ

1,968

କନକ ବ୍ୟୁରୋ: ବାଲେଶ୍ୱର ସ୍କୁଲରେ ତାଲା ପକା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ । ଘଟଣା ପ୍ରଘଟ ହେବା ପରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ । ମଠସାହି ମହାବୀର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କଲେ ବିଇଓ । ଘଟଣାର ତଦନ୍ତ ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଗଲା ।

ତେବେ କାଲି ସ୍କୁଲ ଛୁଟି ପରେ ସ୍କୁଲ ଭିତରେ ରହିଯାଇଥିଲେ ପ୍ରଥମ ଶ୍ରେଣୀର ଛାତ୍ର । ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପିଲାଟି ପାଇଖାନା ଯାଇଥିଲା । ତେବେ ପାଇଖାନାରେ ଥିବା ବେଳେ ସ୍କୁଲ ଛୁଟି ହୋଇ ଯାଇଥିଲା । ଆଉ ପିଲାଟି ସ୍କୁଲରେ ହିଁ ରହିଯାଇଥିଲା । ସ୍କୁଲ ଛୁଟି ହୋଇଥିବାରୁ ପାଇଖାନାରୁ ବାହାରି ପିଲାଟି କାହାରିକୁ ନପାଇ କାନ୍ଦିଥିଲା ଆଉ ଭୟରେ ଗେଟ ପାଖରେ ବୁଲାବୁଲି କରୁଥିଲା । ସ୍କୁଲ ପରିସର ଭିତରେ କୁନି ପିଲାକୁ ଦେଇ ଲୋକେ ପିଅନକୁ ଡାକି ବାହାର କରିଥିଲେ ।

ତେବେ ଏ ଘଟଣା ସାରା ଜିଲ୍ଲାରେ ହଇଚଇ ସୃଷ୍ଟି କରିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ଶିକ୍ଷା ବିଭାଗ । ଆଉ ଘଟଣା ପରେ ଅଜବ ଯୁକ୍ତି ବାଢିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ର । ସ୍କୁଲରେ ଏମିତି ପିଲାଙ୍କୁ ତାଲା ପକାଇ ରଖାଯାଏ ବୋଲି କହିଲେ ଶିକ୍ଷୟିତ୍ରୀ । ପିଲାଟି ଅସ୍ୱାଭାବିକ ଥିବାରୁ ତାକୁ ଛାଡି ନଥିଲୁ, ତା ବାପା ଆସିବା ଯାଏଁ ଅପେକ୍ଷା କରିଥିଲୁ ତେଣୁ ପିଅନ ତାଲା ପକାଇ ପଳାଇଥିଲା ।