ବାଲେଶ୍ୱରରେ ଫୁଟୁଛି ପଦ୍ମ । ଦୁଇ ରାଉଣ୍ଡରେ ଦି’ପାଦ ଆଗେଇଲା ବିଜେପି । ୬ଷ୍ଠ ଓ ୭ମ ରାଉଣ୍ଡରେ ମାନସ ଦତ୍ତ ଆଗୁଆ ।

1,018

କନକ ବ୍ୟୁରୋ: ବାଲେଶ୍ୱରରେ ବଢୁଛି ବିଜେପି । ଦୁଇଟି ରାଉଣ୍ଡରେ ବିଜେପି ବଢିଛି । ସଦର ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ୬ଷ୍ଠ ଓ ୭ମ ରାଉଣ୍ଡରେ ବିଜେପି ଆଗୁଆ ରହିଛି । ୬ଷ୍ଠ ରାଉଣ୍ଡରେ ବିଜେପିକୁ ୩୭୧୬ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଜେଡିକୁ ୩୦୨୨ ଖଣ୍ଡ ଭୋଟ ମିଳିଛି । ତେବେ ୬ଷ୍ଠ ରାଉଣ୍ଡରେ କଂଗ୍ରେସ ୧୯୯ ଖଣ୍ଡ ଭୋଟ ପାଇଛି ।

ସେହିପରି ୭ମ ରାଉଣ୍ଡରେ ବି ଭଲ ପ୍ରଦର୍ଶନ କରିଛି ବିଜେପି । ମାନସ ଦତ୍ତ  ବିଜେଡି ପ୍ରାର୍ଥୀ ସ୍ୱରୂପଙ୍କ ଠାରୁ ଆଗରେ ରହିଛନ୍ତି । ବିଜେପିକୁ ୩୨୩୬ ଭୋଟ ମିଳିଥିବା ବେଳେ ବିଜେଡିକୁ ୩୧୮୮ ମିଳିଛି । କଂଗ୍ରେସ ୧୪୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି । ତେବେ ବିଜେଡି ଠାରୁ ବିଜେପି ମାତ୍ର ୪୮ ଖଣ୍ଡ ଭୋଟରେ ମାନସ ଆଗୁଆ ରହିଛନ୍ତି ।

ତେବେ ଗଣତିର ପ୍ରଥମରୁ ବାଲେଶ୍ୱର ବ୍ୟାଟେଲରେ ବିଜେଡି ଆଗୁଆ ରହି ମାଡି ମାଡି ଚାଲିଥିବା ବେଳେ ବିଜେପି ପଛରେ ରହିଥିଲା । ମାତ୍ର ଦୁଇଟି ରାଉଣ୍ଡରେ ବିଜେପି ଆଗରେ ରହିଥିଲା । ହେଲେ ୮ମ ରାଉଣ୍ଡ ବେଳକୁ ବିଜେଡି ପୁଣି ଆଗକୁ ବଢୁଛି ।