ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର ! ଦେଢ଼ବର୍ଷ ଶିଶୁ ମୃତ ଓ ୫ ଗୁରୁତର

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର ! ଦେଢ଼ବର୍ଷ ଶିଶୁ ମୃତ ଓ ୫ ଗୁରୁତର

ବାଲେଶ୍ୱର ଖନ୍ତାପଡ଼ା ଥାନା ପଣପଣା ଠାରେ ଶନିବାର ଏକ କାର୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ ଘଟଣାସ୍ଥଳରେ ଦେଢ଼ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ଶିଶୁର ନାମ ଗୁଡ଼ି ପଲେଇ ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ପଣପଣା ଗାଁରୁ ଦୁଇଟି ପରିବାରର ୬ଜଣ ସଦସ୍ୟ କାର୍ ନମ୍ବର ଡିଏଲ୧୨ ସିଇ ୪୩୨୧ରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥର ଓଳିଆପଟଣାଠାରେ କାରଟି ଭାରସାମ୍ୟ ହରାଇ ୧୬ ଫୁଟ ତଳକୁ ଓଲଟି ପଡିଥିଲା । ପୋଲ ତଳେ ୪ଫୁଟ ପାଣିରେ କାରଟି ବୁଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦେଢ଼ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ନାମ ପ୍ରଫୁଲ୍ଲ ପଲେଇ (୪୦), ଟିକିଲି ପଲେଇ (୩୨), ରତ୍ନାକର ପ୍ରଧାନ (୩୮), ରଶ୍ମି ପରିଡା (୩୫) ଓ ସୌମ୍ୟରଞ୍ଜନ ପରିଡା (୭)। ତେବେ ରଶ୍ମି ପରିଡା ଓ ସୌମ୍ୟରଞ୍ଜନ ପରିଡାଙ୍କ ଅବସ୍ଥା ଶୋଚନୀୟ ହେବାରୁ ମା’ ଓ ପୁଅ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe