କନକ ବ୍ୟୁରୋ: ୨ ବର୍ଷର ଶିଶୁ କରୋନା ଆକ୍ରାନ୍ତ । କାରଣ ଖୋଜୁଛି ଜିିଲ୍ଲା ପ୍ରଶାସନ । ରାଜ୍ୟରେ ମହାମାରୀ କରୋନା ବିରୋଧୀ ଅପରେସନ ଜୋରଦାର ହେଉଥିବା ବେଳେ ସୋମବାର ଦୁଇ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହେବା ଘଟଣା ଚିନ୍ତା ବଢାଇଦେଇଛି । ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ଭିତରେ ଅଛି ଜଣେ ଦୁଇ ବର୍ଷର ଶିଶୁକନ୍ୟା ।

Advertisment

ତେବେ ଏତେ ଛୋଟ ପିଲା କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛି ସେନେଇ କୌଣସି ତଥ୍ୟ ମିଳିପାରିନି । ଶିଶୁ ଓ ତାର ବାପା-ମାଆ କେଉଁଆଡେ ଯାଇଥିଲେ? ଏବଂ ତାଙ୍କ ଘରକୁ କେଉଁମାନେ ଆସିଥିଲେ? ସେନେଇ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରୁଛି । ଶିଶୁଟିର କେସ୍ ନମ୍ବର ୬୮ ରଖାଯାଇଛି । ଆକ୍ରାନ୍ତ ଶିଶୁଟି ନୀଳଗିରି ସବଡିଭିଜନ୍ ଧରମପୁର ପଂଚାୟତ ବାଂଶପାଳର । ଏହି ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଂଚାୟତର ୩ଟି ୱାର୍ଡକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି ।

publive-image

ଛୋଟ ଶିଶୁକୁ କରୋନା । ଓଡି଼ଶାରେ ପ୍ରଥମ । ରାଜ୍ୟରେ ପୂର୍ବରୁ ଜଣେ ୫ ବର୍ଷ ଏବଂ ଆଉ ଜଣେ ୯ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଦୁଇ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହେବା ପ୍ରଥମ ଘଟଣା । ଏଭଳି ସ୍ଥିତିରେ ଛୋଟ ଶିଶୁଟିର ଚିକିତ୍ସା କିଭଳି ହେବ ସେନେଇ ଚିନ୍ତା ବଢିଛିି । ମିଳିଥିବା ସୂଚନା ଅନୁସାରେ, ଛୋଟ ଶିଶୁ ଏବଂ ମାଆକୁ କଟକର ଅଶ୍ୱିନୀ କୋଭିଡ୍ ହସପିଟାଲ ପଠାଯାଇଛି ।

ସେପଟେ ଶିଶୁଟିର ପରିବାରର କୌଣସି ବାହାର ରାଜ୍ୟ ଗସ୍ତ ବିବରଣୀ ନାହିଁ । ତେଣୁ ସେମାନେ କିଭଳି ସଂକ୍ରମିତ ହେଲେ ତାହା ସବୁଠାରୁ ବଡ ପ୍ରଶ୍ନ ଛିଡା କରିଛି ।