ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣାରେ ୧୨କୁ ବଢିଲା ମୃତ୍ୟୁସଂଖ୍ୟା : କଟକ ବଡ ମେଡିକାଲରେ ଆଜି ପ୍ରାଣ ହରାଇଲେ ଆଉ ୪ ଆହତ

29

କନକ ବ୍ୟୁରୋ : ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିଛି । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତିନି ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୨କୁ ଛୁଇଁଛି । ଗୁରୁତର ୪ ଜଣଙ୍କ ଚିକିତ୍ସା ଏସସିବିରେ ଚାଲିଛି । ସେପଟେ ଏହି ଘଟଣାରେ ବାହାବଳପୁର ସାମୁଦ୍ରିକ ଥାନା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି । ସେ ଆଜି ଘଟଣାସ୍ଥଳକୁ ଯାଇଥିବା ବେଳେ ଉତ୍ୟକ୍ତ ଗାଁ ଲୋକେ ତାଙ୍କୁ ବହୁ ସମୟ ଧରି ଅଟକ ରଖିଥିଲେ । ଗାଁରେ ଚାପା ଉତ୍ତେଜନା ଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବାଣ ବିସ୍ଫୋରଣରେ ନିଜ ଲୋକଙ୍କୁ ହରାଇଥିବା ଜଣେ ସଂପର୍କୀୟ ଏଥିଲା କୋହଭରା ବ୍ୟଥା । ବେପାର ଛଡାଇ ନେଲା ଜୀବନ । ବାଣ ବିସ୍ଫୋରଣରେ ଉଜୁଡି ଗଲା ପରିବାର । ବାଲେଶ୍ୱର ବାହାବଳପୁର ବାଣ ବିସ୍ଫୋରଣ ଘଟଣା ପରେ ଗାଁରେ ଏବେ ରାଜୁତି କରୁଛି ଦୁଃଖର ବାତାବରଣ । ଜଳି ଯାଇଥିବା ଘର, ବିକ୍ଷିପ୍ତ ହୋଇପଡିଥିବା ବାରୁଦ ରଖିବା ମାଟିପାତ୍ର ବୟାନ କରୁଛି କେତେ ଭୟାନକ ଥିଲା ବିସ୍ଫୋରଣ ।

ଅଗ୍ନିକାଣ୍ଡରେ ସାଂଘାତିକ ଭାବେ ପୋଡିଯିବା ପରେ ୮ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବଡ ମେଡିକାଲରେ ସମସ୍ତ ଚେଷ୍ଟା ସତ୍ୱେ ଆଜି ଆଉ ୪ ଜଣ ଆଖି ବୁଜି ଦେଇଛନ୍ତି । ଆଲୋକର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ସବୁଠି ଆନନ୍ଦ ଉଲ୍ଲାସର ପରିବେଶ । କିନ୍ତୁ ବାଲେଶ୍ୱରର ଏହି ବାହବଳପୁର ଗାଁ ଗୁମୁରି ଗୁମୁରି କାନ୍ଦୁଛି ।