ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ମତଦାନ ନେଇ ସୂଚନା : ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

88

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଶେଷ ହେବା ପରେ ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ । ଏହା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ତିର୍ତ୍ତୋଲରେ ୬୯ ଦଶମିକ୍ ୬୬ ଓ ବାଲେଶ୍ୱରରେ ୭୦ ଦଶମିକ୍ ୬୯ ପ୍ରତିଶତ ଭୋଟିଂ ହୋଇଥିବା ସୁଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନୀ । ତିର୍ତ୍ତୋଲରେ ୩ହଜାର ୧୯୩ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୦୪ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ବାଲେଶ୍ୱରରେ ୧୬ଶହ ୩୧ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେଇଛନ୍ତି । ବାଲେଶ୍ୱର ଟାଉନରେ ୧୨୪ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ବ୍ରିଜ ନିର୍ମାଣ ପ୍ରସଙ୍ଗରେ ଭୋଟ ବର୍ଜନ କରିଛନ୍ତି ଭୋଟର । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁଶୀଲ କୁମାର ଲୋହାନୀ ।