କରୋନା କାୟାରୁ ଭାରତୀୟ ମୁକ୍ତ । ଚାଇନା ଭାଇରସର ଭୟାବହତା ଭିତରୁ ଓଡ଼ିଶା ଫେରିଲେ ଜଳେଶ୍ୱର ଆମ୍ବଳିଅଠା ଗାଁର ଦୀପକ ଦାସ

ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ଉଦ୍ୟମ ବଳରେ ଫେରିଆସିଛନ୍ତି ଓଡ଼ିଶା

621

କନକ ବ୍ୟୁରୋ: କରୋନାର ଭୟାବହତା ଭିତରୁ ଓଡ଼ିଶା ଫେରିଲେ ଓଡ଼ିଆ ଇଂଜିନିୟର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆମ୍ବଳିଅଠା ଗାଁର ଦୀପକ ଦାସ ଘରକୁ ଫେରିଛନ୍ତି । ଦୀପକ ସାଂଘାଇରେ ଏକ ଘରୋଇ କମ୍ପାନୀରେ ସଫ୍ଟୱେର ଇଂଜିନିୟର ଭାବେ କାମ କରୁଥିଲେ । ଆଉ ଚୀନରେ କରୋନା ଭାଇରାସ୍ ବ୍ୟାପିବା ପରେ କେମିତି ଓଡ଼ିଶା ଫେରିବେ ସେ ନେଇ ଚିନ୍ତାରେ ଥିଲେ । ତେବେ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ଉଦ୍ୟମ ବଳରେ ସେ ଓଡ଼ିଶା ଫେରି ଆସିଛନ୍ତି ।

ଗତ ୨ ତାରିଖରୁ ଦୀପକ ଭାରତ ପହଂଚିଥିଲେ ମଧ୍ୟ ଦିଲ୍ଲୀରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କାରଣରୁ ଅଟକି ରହିଥିଲେ । କରୋନା ଭୁତାଣୁ ନେଇ ଲାଗି ରହିଥିବା ଭୟ କାରଣରୁ ତାଙ୍କୁ ଦିଲ୍ଳୀରେ ପରୀକ୍ଷା କରାଯାଇଥିଲା । ତେବେ ସନ୍ଦେହ ଦୂର ହେବା ପରେ ସେ ଓଡ଼ିଶା ଫେରିଛନ୍ତି । ଚୀନରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଘର ଲୋକଙ୍କ ମଧ୍ୟରେ ଏବେ ଖୁସିର ଲହରି ଖେଳି ଯାଇଛି ।