କନକ ବ୍ୟୁରୋ : ମାରାଥନ୍ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିର୍ତ୍ତୋଲ ପରେ ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦର ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାନସ ଦତ୍ତଙ୍କ ପାଇଁ ସେ ଭୋଟ ମାଗିଛନ୍ତି । ଏହି ଅବସରରେ ରୁପସ୍ା ଦଲଦଲି ପଡିଆଠାରେ ଆୟୋଜିତ ନିର୍ବାଚନୀ ସଭାକୁ ଉଦବୋଧନ ଦେବାକୁ ଯାଇ ସେ ମୋଦିଙ୍କର ଲୋକାଭିମୁଖୀ ଯୋଜନା ବାବଦରେ କହିବା ସହ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ।

Advertisment

ସେ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ କି କାହାର ମରିବା କାହା ପାଇଁ ସୁଯୋଗ ବୋଲି କହିବା ଠିକ୍ ନୁହେଁ । ରାଜ୍ୟସରକାର ଏକ ସମ୍ବେଦନହୀନ ସରକାର । କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ୨୨ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟସରକାର ତାହାର ସଠିକ୍ ବିନିଯୋଗ କରିପାରି ନାହାନ୍ତି । କରୋନା ସହାୟତା ରାଶିକୁ ରାଜ୍ୟସରକାର ଓ ତାଙ୍କର ପ୍ରଶାସନିକ ଅଧିକାରୀ ମାନେ ମିଳି ମିଶି ଲୁଟ୍ କରିଛନ୍ତି । ବେରୋଜଗାର ପ୍ରସଙ୍ଗ ଉଠାଇ ସେ କହିଛନ୍ତି କି ରାଜ୍ୟରେ ଗୋଟିଏ ରାଜନୈତିକ ଦଳ ୨୦ ବର୍ଷ ଧରି ଶାସନ କ୍ଷମତାରେ ଥିଲେ ବି ଏବେ ବି ବାଲେଶ୍ୱର ଜିଲ୍ଲାର ହଜାର ହଜାର ଶିକ୍ଷିତ ଯୁବକ ବାହାରକୁ କାମ ସନ୍ଧାନରେ ଯାଉଛନ୍ତି । ବାଲେଶ୍ୱରର ବିକାଶ କରିବା ବିଜେପିର ମୁଖ୍ୟ ପ୍ରସଙ୍ଗ ବୋଲି ସେ କହିଥିଲେ ।

ଅନ୍ୟପଟେ ରାଜ୍ୟସରକାରଙ୍କ ଉପରେ ବି ଖୁବ୍ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ କି ଯାହା ପାଖରେ ସୁଯୋଗ ନାହିଁ ସେ ନିର୍ବାଚନକୁ ଏକ ସୁଯୋଗ ବୋଲି ଭାବୁଛି । ଏହାର ସୁଯୋଗ ନେଇ ଶାସକ ଦଳ ଲୋକଙ୍କୁ ଶାଢୀ ଓ ଟଙ୍କା ବାଣ୍ଟି ପ୍ରଲୋଭିତ କରୁଛନ୍ତି । କରୋନା କାଳରେ ରାଜ୍ୟସରକାରଙ୍କ ସମ୍ବେଦନହୀନତା ପଦାରେ ପଡିଛି । ଅନ୍ୟପଟେ ବାଲେଶ୍ୱରରେ ଏୟାରପୋର୍ଟ ନିର୍ମାଣ ନେଇ ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହା ସହ ଧର୍ମେନ୍ଦ୍ର କହିଥିଲେ କି ପ୍ରଜାତନ୍ତ୍ରରେ କାହାର ଅହଂକାର ରହିନାହିଁ । ଲୋକେ ଚାହିଁଲେ ଶାସକଦଳର ଅହଂକାର ଭାଙ୍ଗିବା ସହ ବାଲେଶ୍ୱରକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କର ବିକାଶ ଧାରାରେ ସାମିଲ କରିପାରିବେ ।