କନକ ବ୍ୟୁରୋ: ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ନିଶା କାରବାର ଧରାପଡି ବେଲରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡିକୁ ଛଡାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଅଂଚଳରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଯାହାର ଅଡିଓ କ୍ଲିପ ଭାଇରାଲ ହୋଇଛି ।

Advertisment

ଫୋନ ---
ଏହି ଭାଇରାଲ ଫୋନ କଥାବାର୍ତାରେ ଅଭିଯୋଗ ଅନୁସାରେ ଗୋଟିଏ ପଟେ ଅଛନ୍ତି ଜଣେ ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ । ଆପଣ ଆଶ୍ଚର୍ଯ୍ୟ ହେବେ ପୁଲିସ ଓ ମାଫିଆଙ୍କ ଏଭଳି ମଧୁଚନ୍ଦ୍ରିକା ଖୁଲମ ଖୁଲା ଚାଲିଛି ।

ଫୋନ ---
ଡ୍ରଗ୍ସ ମାଫିଆ ଜଣକ ବ୍ରାଉନସୁଗାର କାରବାର କରେ ଏବଂ ଏବେ ସେ ବେଲରେ ଅଛି । କିନ୍ତୁ ତାର ଗାଡି ଏହି ଜଳେଶ୍ୱର ଥାନା ଆଇଆଇସିଙ୍କ କବଜାରେ ଅଛି । ସେହି ଗାଡି ଛଡାଇବା ପାଇଁ ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଛନ୍ତି

ଫୋନ ---
ଭାଇରାଲ ଅଡିଓରେ ନିଶା ବେପାରୀଙ୍କ ସହ କଥା ହେଉଥିବା ବାବୁ ଜଣକ ଜଲେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ ବୋଲି ଚର୍ଚ୍ଚା ହେଉଛି । ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ଜଣେ ଓକିଲ । ସେହି କଥାବାର୍ତାର ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଛି ।

ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଅଂଚଳରେ ନିକଟରେ ବ୍ରାଉସୁଗାର କାରବାର ଚର୍ଚ୍ଚାକୁ ଆସିଥିଲା । ଆଉ ତା ଭିତରେ ଏଭଳି ପୁଲିସ ଓ ମାଫିଆଙ୍କ ସଲାସୁତରାର ଭାଇରାଲ ଅଡିଓ ପ୍ରକୃତ ସତକୁ ସାମ୍ନାକୁ ଆଣୁଛି ।