ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ ! ହାତ ବାନ୍ଧି ,ମୁହଁରେ ଚୁନ ବୋଳି ଏବଂ ଚୁଟି କାଟି ସହରରେ ବୁଲାଇଲେ ଲୋକେ

38

କନକ ବ୍ୟୁରୋ : ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକ । ଏପରିକି ହାତ ଗୋଡ ବାନ୍ଧି ପିଟିଛନ୍ତି ଗାଁ ଲୋକେ । ବାଲେଶ୍ୱର ସହଦେବଖୁଂଟ ଥାନା ନୂଆବଜାର ପରିବା ବଜାରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କର ସାଇକେଲ ଚୋରି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ଅଟକ ରଖିବା ସହ ମାଡ଼ ମାରିଥିଲେ । ଏପରିକି ଯୁବକଙ୍କ ଚୁଟି କାଟିବା ସହ ପୋଷାକ ମଧ୍ୟ ଚିରିଦେଇଥିଲେ । ତେବେ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରି ନଥିବା ବେଳେ ରିପୋର୍ଟ ଲେଖିବା ମଧ୍ୟରେ ଘଟଣା ସ୍ଥଳରେ ପୁଲିସ୍ ପହଂଚିନଥିଲା  ।