ନିଜ ପିଲାଦିନ ମନେପକାଇଲେ । ପିଲାଙ୍କ ସହ ତଳେ ବସି ସମୟ ବିତାଇଲେ ବାଲେଶ୍ୱର ଏସପି ସାଗରିକା ନାଥ ।

125

କନକ ବ୍ୟୁରୋ: ପଦବୀ ଭୁଲି ପିଲାଙ୍କ ସହ ପିଲା ହୋଇ ତଳେ ବସିଲେ । ନିଜ ଛୋଟ ବେଳର ସ୍କୁଲ କଥା ମନେ ପକାଇଲେ ବାଲେଶ୍ୱର ଏସପି ସାଗରିକା ନାଥ । ନୀଳଗିରି ରତ୍ନକରଟା ହାଇସ୍କୁଲରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଯୋଗଦେଇ ଏସପି ସାଗରିକା ନାଥ ପିଲାଙ୍କ ପାଖରେ ବସି ଭଲମନ୍ଦ ପଚାରି ବୁଝିବା ସହିତ ନିଜ ସ୍କୁଲ ବେଳର ସ୍ମୃତିକୁ ମନେ ପକାଇଛନ୍ତି । ଏସପିଙ୍କ ଏଭଳି ଉଦାରତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।