କନକ ବ୍ୟୁରୋ : ବାଲେଶ୍ୱର ସୋର-ମଙ୍ଗଳପୁର ରାସ୍ତା ଅଙ୍ଗୁଳା ଛକରେ ଦୁର୍ଘଟଣା ପରେ ତାତିଲେ ଲୋକ । ଉତ୍ୟକ୍ତ ଲୋକ ରାସ୍ତାରୋକ କରିବା ସହ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି । ପଥର ମାଡ଼ରେ ୭ ଜଣ ପୁଲିସ କନେଷ୍ଟବଳ ଓ ଅଫିସର ଗୁୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ପରେ ପୁଲିସ ଲାଠି ମାଡ଼ରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଙ୍ଗୁଳା ଛକରେ ଡମ୍ପର ଧକ୍କାରେ ଜଣେ ଯୁବକ ଗୁୁରୁତର ହୋଇଥିଲେ । ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି ଓ ରାସ୍ତାରେ ହମ୍ପସ ନିର୍ମାଣ ଦାବିରେ ରାସ୍ତା ବନ୍ଦ କରିଥିଲେ । ରାସ୍ତା ରୋକ କରିଥିବା ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସକୁ ଯାଇଥିଲା । ଫଳରେ ଉତ୍ୟକ୍ତ ଲୋକମାନେ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/24-9.jpg)