ଓକିଲଙ୍କ ଅଜବ ଯୁକ୍ତି ! ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଆଇନଜୀବୀଙ୍କ ହେଲମେଟ ଚେକିଂ ନକରିବା ପାଇଁ ଜିଲ୍ଲପାଳ ଓ ଏସପିଙ୍କୁ ଲେଖିଲେ ଚିଠି

1,552

କନକ ବ୍ୟୁରୋ : ଟ୍ରାଫିକ୍ ନିୟମକୁ ନେଇ ଚାରିଆଡେ ଧରପଗଡ଼ ଚାଲିଥିବା ବେଳେ ବାଲେଶ୍ୱରରୁ ଆସିଛି ଏଭଳି ଏକ ଖବର ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାଲେଶ୍ୱର ଓକିଲ ସଂଘ ସକାଳ ୮ଟାରୁ ରାତି ୮ଟା ଯାଏଁ ହେଲମେଟ ନପିନ୍ଧିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି । ଏମିତି କି ଏ ସଂପର୍କରେ ବାଲେଶ୍ୱର ଜିଲ୍ଲପାଳ, ଏସପି, ଆରଟିଓ, ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅବଗତ କରିଛନ୍ତି । ସେମାନର ଦାବି ହେଉଛି ତାଙ୍କୁ ସକାଳ ୮ଟାରୁ ରାତି ୮ଟା ଯାଏଁ, ସମସ୍ତ ଓକିଲଙ୍କୁ ହେଲମେଟ ଚେକିଂରୁ ବାଦ୍ ଦିଆଯାଉ ।

ଏହା ପଛରେ ସଂଘ ଯୁକ୍ତି ରଖିଛି ଯେ, ଓକିଲଙ୍କୁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟକୁ ବିଭିନ୍ନ କାର୍ଯ୍ୟ ପାଇଁ ଯିବାକୁ ପଡୁଛି । ତେଣୁ ସେମାନଙ୍କ ପାଇଁ ହେଲମେଟ୍ ଚେକିଂ କରାନଯାଉ । କୌଣସି ସଂଘ ପକ୍ଷରୁ ବିଧିବଦ୍ଧ ଭାବରେ ନିୟମ ତାଙ୍କ ପାଇଁ ଛାଡ଼ କରିବା ପାଇଁ ଦାବି ହେଉଛି । ହୁଏତ, ଏଭଳି ଘଟଣା ପୂର୍ବରୁ କେବେ ଓଡ଼ିଶାରେ ଦେଖାଯାଇନଥିବ । ତେବେ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଉଛି । କେବଳ ଯେ, ଚେକିଂ କରାଯାଉଛି ତାହା ନୁହେଁ ବରଂ ନିୟମ ଉଂଲଘନ କଲେ ମୋଟା ଅଂକର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ତେଣୁ ଏହାକୁ ଏଡାଇବା ପାଇଁ ଓକିଲ ସଂଘ ପକ୍ଷରୁ ଏପରି ଆବେଦନ କରାଯାଇଥିବା ଚର୍ଚ୍ଚା ହେଉଛି ।